ଏହି ଅଭିନେତାଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଉର୍ବଶୀ, ଦର୍ଶକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଉର୍ବଶୀ ରୌତେଲା ନିଜ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କେତେଥର ସେ ଏହାକୁ ନେଇ ଟ୍ରୋଲର ବି ଶିକାର ହୋଇଛନ୍ତି। ଏବେ ନିକଟରେ ଉର୍ବଶୀ ଏମିତି ଏକ ଟୁଇଟ କରିଛନ୍ତି କି ଦର୍ଶକେ ତାଙ୍କର ମଜାକ କରୁଛନ୍ତି। କଥାହେଲା ଉର୍ବଶୀ ତାଙ୍କ ଅଭିନୀତ ମୁଭି ବ୍ରୋ ଦ ଅବତାରର ସହ କଳାକାର ଏବଂ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ବୋଲି କହିଦେଇଛନ୍ତି। ଉର୍ବଶୀଙ୍କ ଟୁଇଟରେ ଏକ ଫଟୋ ସହ ଏହା ଲେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୋଷ୍ଟକୁ ଶେୟାର କରିବାର ୧୪ ଘଣ୍ଟା ବିତି ଯାଇଥିଲେ ବି ଏହାକୁ ଡିଲିଟ କରାଯାଇନାହିଁ।

ପଓ୍ବନ କଲ୍ୟାଣ ଓ ସାଇ ଧର୍ମ ତେଜଙ୍କ ସହ ଏକ ଫଟୋ ଶେୟାର କରି ଉର୍ବଶୀ ଲେଖିଛନ୍ତି, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ ସହ ଫିଲ୍ମ ବ୍ରୋ ଦ ଅବତାରରେ କାମ କରି ବହୁତ ଭଲ ଲାଗିଲା। ଫିଲ୍ମ ୨୮ ଜୁଲାଇରେ ରିଲିଜ ହେବ। ଏଥିରେ ଦେଖାଯାଇଛି କି କେମିତି ଜଣେ ଅଭିମାନୀ ମଣିଷକୁ ମୃତ୍ୟୁ ପରେ ତାଙ୍କ ଭୁଲକୁ ସୁଧାରିବାକୁ ମୌକା ଦିଆଯାଉଛି।
ଉର୍ବଶୀଙ୍କୁ ଏବେ ଲୋକେ କହୁଛନ୍ତି କି ପଓ୍ବନ କଲ୍ୟାଣ ନୁହେଁ ବରଂ ଓ୍ବାଇ ଏସ ଜଗନମୋହନ ରେଡ୍ଡି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଟନ୍ତି। ଏହାସହ ଅଭିନେତ୍ରୀଙ୍କର ମଜାକ ବି କରାଯାଉଛି। ଏହା ପୂର୍ବରୁ ମଧ୍ୟ କିଛିଥର ଉର୍ବଶୀ ଭୁଲ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ଥର ଟ୍ରୋଲ ହେବା ପରେ ସେ ପୋଷ୍ଟ ଡିଲିଟ ବି କରିଛନ୍ତି। ଏଥର ମୁଭିରେ ପଓ୍ବନ କଲ୍ୟାଣ, ସାଇ ଧର୍ମ ତେଜ ମୁଖ୍ୟ ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ କେତିକା ଶର୍ମା, ବ୍ରହ୍ମାନନ୍ଦ, ସୁବ୍ବାରାଜୁ ବି ଏଥିରେ ଅଭିନୟ କରିଛନ୍ତିି। ସମୁଥିରକାନି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଥମନ ଏସ ଏହାର ମ୍ୟୁଜିକ ଦେଇଛନ୍ତି। ଏହା ତାମିଲ ଫ୍ୟାଣ୍ଟାସି ଡ୍ରାମା ବିନୋଦ ସିତମର ରିମେକ।

Share