Categories: ଫୁରସତ

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, କିଛି ଲୋକ କୁମ୍ଭୀର ଧରି ବସିଛନ୍ତି। ଏହି ସମୟରେ, ଅନ୍ୟ କିଛି ଲୋକ ସେଠାକୁ ଆସନ୍ତି। ସମସ୍ତେ କୁମ୍ଭୀର ସହିତ ଫଟୋ ନେଉଛନ୍ତି। ତା’ପରେ କୁମ୍ଭୀର ନ୍‌ଆକ୍ରମଣ କରେ। ଏହା ପରେ ଲୋକମାନେ ସେଠାରୁ ଦୌଡୁଥିବା ଦେଖାଯାଏ। ଲୋକମାନେ ଏହି ଭିଡିଓକୁ ବିପଜ୍ଜନକ ମନେ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @crazyclipsonly ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଏଥିସହିତ ଅନେକ ଲୋକ ଏହା ଉପରେ ନିଜର ମତାମତ ମଧ୍ୟ ଦେଇଛନ୍ତି।

 

Share