Categories: ଜାତୀୟ

ଇଡ଼ିକୁ ଭୟ କରୁଥିବା ଲୋକେ ଆମ ଗୋଷ୍ଠୀକୁ ନ ଆସିବା ଭଲ, କହିଲେ ଶିନ୍ଦେ…

ମୁମ୍ବାଇ, ୩୧।୭ : ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଆବଣ୍ଟନ ଏବଂ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସର୍ବପ୍ରଥମେ ମନ୍ତ୍ରଣାଳୟର ଆବଣ୍ଟନ ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ ଗଠନ ପାଇଁ ମନ୍ତ୍ରଣାଳୟର ଆବଣ୍ଟନ ଖୁବ ଶୀଘ୍ର ସ୍ଥିର ହେବ। ଆମେ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ବିକାଶ ଉପରେ କାର୍ଯ୍ୟ କରୁଛୁ।

ଏଥିସହ ଯେତେବେଳେ ଶିନ୍ଦେଙ୍କୁ ସଞ୍ଜୟ ରାଉତଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। ଯଦି ସେ କିଛି ଭୁଲ କରିନାହାଁନ୍ତି ତେବେ କାହିଁକି ଭୟଭୀତ ହେଉଛନ୍ତି? ସେ ଜଣେ ବଡଏମଭିଏ ନେତା ଥିଲେ। ଶିନ୍ଦେ କହିଛନ୍ତି ଯେ ଏଭଳି ଲୋକମାନେ ଆମ ଗୋଷ୍ଠୀକୁ ଆସିବା ଉଚିତ ନୁହେଁ ଯେଉଁମାନେ ଇଡିକୁ ଭୟ କରୁଛନ୍ତି।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ପୂର୍ବରୁ ଯାଞ୍ଚ କରିଥିଲା। ଯଦି କେନ୍ଦ୍ର ସରକାରଙ୍କ ଭୟରେ ଇଡି କାର୍ଯ୍ୟ କରୁଛି ତେବେ ସୁପ୍ରିମକୋର୍ଟ ଏହା ଉପରେ ପଦକ୍ଷେପ ନେବା ଜରୁରୀ। ଇଡି ଏହାର କାର୍ଯ୍ୟ କରୁଛି ବୋଲି ଶିନ୍ଦେ କହିଛନ୍ତି।

Share