ଚେଇଁ ଶୋଇଥିବା ଲୋକ

ଶୁଭନାରାୟଣ ଶତପଥୀ

କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ଆଦି ନିୟମଗୁଡ଼ିକ ସମସ୍ତେ ନିରନ୍ତର ମାନନ୍ତୁ। ସେତେବେଳେ ସାରା ବିଶ୍ୱରେ କୋଭିଡ୍‌ଜନିତ ମୋଟ ସଂକ୍ରମଣ ସଂଖ୍ୟା ପ୍ରାୟ ୧୨୭ ମିଲିୟନ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨.୭୯ ମିଲିୟନରେ ପହଞ୍ଚତ୍ ସାରିଥାଏ। ଏ ତଥ୍ୟ କ’ଣ ଆମ ପାଇଁ ଅଧିକ ନ ଥିଲା? ତଥାପି ଆଜି ବି କିଛି ଲୋକ କାହିଁକି କୁହନ୍ତି ଯେ, କରୋନା ବୋଲି କିଛି ନାହିଁ, ବୁଝାପଡ଼େ ନାହିଁ । କିଏ କହେ ଏସବୁ ରାଜନୀତି ତ ଆଉ କିଏ କହେ ବ୍ୟବସାୟ ଇତ୍ୟାଦି। ଏ ମାନସିକତା କାରଣରୁ ଅନେକ ସାମାଜିକ ଦୂରତା ମାନୁନାହାନ୍ତି, ଆଉ କେତେକ ଲୋକ ପକେଟରେ ସାନିଟାଇଜର ରଖୁ ନାହାନ୍ତି। ଆଉ ମାସ୍କ କଥା ନ କହିଲେ ଭଲ। ଅନେକ ବ୍ୟକ୍ତି ବାହାରକୁ ଯାଉଛନ୍ତି କିନ୍ତୁ ମୁହଁରେ ମାସ୍କ ବହୁତ କମ୍‌ ଲୋକଙ୍କର ଥାଏ। କିଛି ଲୋକ ଜରିମାନା, ଆକ୍ଷେପ, ପ୍ରତିବାଦ ଭୟରେ ମାସ୍କ ପିନ୍ଧି ଯାଉଛନ୍ତି; ଯାହାଫଳରେ ମାସ୍କ ପିନ୍ଧିବାର ପ୍ରକୃତ ମୂଲ୍ୟ ଏବେ ବି ସମସ୍ତେ ବୁଝିପାରୁନାହାନ୍ତି। ଆଉ ନାକ ମୁହଁକୁ ଘୋଡ଼ାଇ ରଖି ମାସ୍କ ପିନ୍ଧୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। ତେବେ ଆମେ ସମସ୍ତେ ଜାଣୁ ଯେ ମାସ୍କ ହେଉଛି କରୋନା ସଂକ୍ରମଣ ରୋକିବା ନିମନ୍ତେ ସବୁଠୁ ବଡ ଜୀବନ ରକ୍ଷାକାରୀ କବଚ। ଯଦି ଆମେ ଏହି ମାସ୍କକୁ ପାଟି ନାକରୁ ଖସାଇଦେଇ ମୁହଁର ତଳ ଭାଗରେ ରଖିବା ବା ମୁଣ୍ଡ ଉପରକୁ ଟେକିଦେବା ତା’ହେଲେ ସେ ମାସ୍କ ପିନ୍ଧିବାର ଅର୍ଥ କ’ଣ?
ଜଣେ ବ୍ୟବସାୟୀ ତାଙ୍କର ମାସ୍କଟିକୁ ମୁଣ୍ଡ ଉପରକୁ ଟେକିଦେଇ ପିନ୍ଧିଥିବାର ନଜରକୁ ଆସିଲା। ଗ୍ରାହକ ଜଣକ ଏହା ଦେଖି ପଚାରିଲେ ମଉସା ତୁମ ମାସ୍କଟିକୁ ଠିକଭାବେ ନ ପିନ୍ଧି ଏମିତି ଅବସ୍ଥାରେ କାହଁିକି ରଖିଛ? ବ୍ୟବସାୟୀ ଜଣକ କହିଲେ, ପୁଅ ଏ ପୋଲିସବାବୁମାନେ ଫାଇନ ଆଦାୟ କରୁଛନ୍ତି ବୋଲି ମୁଁ ପିନ୍ଧିଛି। ହେଇଟି ଦେଖୁନ କରୋନା ଆସିବାର ବର୍ଷେ ହେଲାଣି କାହିଁ ମୋର ଟିକେ ଛିଙ୍କ ବିି ତ ହୋଇନି ! ଆଉ ଜଣେ ବ୍ୟକ୍ତିଙ୍କ ମାସ୍କ ମୁହଁତଳେ ଝୁଲୁଥିବାର ଦେଖି ବ୍ୟଙ୍ଗାତ୍ମକ ଢଙ୍ଗରେ ହରିହରବାବୁ କହିଲେ, ଆଜ୍ଞା! ମୁହଁକୁ ବାଲାନ୍ସ କରି ରଖିବା ପାଇଁ କ’ଣ ଏ ମାସ୍କ ପିନ୍ଧିଛନ୍ତି କି? ଉକ୍ତ ବ୍ୟକ୍ତି ଜଣକ ଦାନ୍ତ ନିକୁଟି କହିଲେ, ହେଁ ଆପଣ କେମିତି ଜାଣିଲେ? କଥା କ’ଣ କି ମୁଁ ଟିକେ କୁହାଳିଆ। ଭୁଲ୍‌ଭାଲ କହିଦେବି କାଳେ। ସେଥିପାଇଁ ମାସ୍କଟା ମୁହଁତଳକୁ ରଖିଛି। ଫଳରେ ପାଟିମେଲାଇ କଥା କହିଲା ବେଳେ କାନଆଡୁ ଭିଡି ହେବ ମାସ୍କ। ତାହା କାନକୁ କଷ୍ଟ ଦିଏ ଓ ବେଶି କଥା କହୁଥିବା ଲୋକକୁ ଅସୁବିଧାରେ ପକାଏ। ଏହା ମୋ ପାଇଁ ଏକ ଭଲ ଉପାୟ।
ସେଦିନ ଏକ ବାହାଘର ଭୋଜିରେ ଯୋଗଦେବାକୁ ମୁଁ ଯାଇଥାଏ ଢେଙ୍କାନାଳ। ବରଯାତ୍ରୀଠାରୁ ବନ୍ଧୁବାନ୍ଧବ ଓଗେର ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି। କାରଣଟା ମୁଁ ହଠାତ୍‌ ଜାଣିପାରି ନ ଥିଲି। ତେବେ ଆବଶ୍ୟକୀୟ ସମୟ ବ୍ୟତିରେକ ମୁହଁରୁ ଜମାରୁ ମାସ୍କ ବାହାର କରୁ ନ ଥାଏ। ଅଧିକାଂଶ ଲୋକଙ୍କ ମୁହଁରେ ସେଠାରେ ମାସ୍କ ନ ଥାଏ। ବୋଧହୁଏ ମୁଁ ଏକୁଟିଆ ମାସ୍କ ପିନ୍ଧିଥିବାର ଦେଖି ଜଣେ ମହିଳା ମୋତେ କହିଲେ, କ’ଣ କରୋନାକୁ ଏତେ ଭୟ? ମୁଁ ଏ କଥାକୁ ନା ଥଟ୍ଟା ନା ସିରିୟସଲି ଗ୍ରହଣ କଲି । କେବଳ ଚାହିଁ ରହିଥିଲି ତାଙ୍କ ମୁହଁକୁ। କାରଣ ତାଙ୍କ ମୁହଁ ମାସ୍କ ବିନା ମୁକୁଳା। ଆଉ ଏତେଲୋକଙ୍କ ଭିତରେ ମୁଁ ସେଠାରେ ଥିଲି ଅଡ୍‌ ମ୍ୟାନ ବା ଭିନ୍ନ ମଣିଷ।
ଏଇ ନିକଟରେ ଜଣେ ହାର୍ଟ ପେସେଣ୍ଟ ଦେଖା ହେଲେ। ତାଙ୍କ ମୁହଁରେ ବି ମାସ୍କ ନ ଥିଲା। ପଚାରିବାରୁ କହିଲେ, ଶତପଥୀବାବୁ ବର୍ଷକ ଭିତରେ ନା ମୁଁ ମାସ୍କ, ନା ସାନିଟାଇଜର, ନା ହାତଧୁଆ ଅଭ୍ୟାସ ବାରମ୍ବାର କରିଛି। କାହିଁ କିଛି ହୋଇନି ତ ?
ଆଉ ମାସ୍କ ପ୍ରସଙ୍ଗରେ ସେ କହିଲେ ମୁଁ ହାର୍ଟ ପେସେଣ୍ଟ, ମୋତେ ଶୁଦ୍ଧ ଓ ସମ୍ପୂର୍ଣ୍ଣ ଅକ୍ସିଜେନର ଆବଶ୍ୟକତା ଥିବାରୁ ମାସ୍କ ଏଥିପାଇଁ ପ୍ରତିବନ୍ଧକ ସାଜିଛି। ମୁଁ କହିଲି ତେବେ ଆପଣ ବାହାରକୁ ନ ଆସି ଓ ଘରେ ବେଶି ସମୟ କାଟନ୍ତୁ। ସେ ମୋ କଥାକୁ କେତେ ଗ୍ରହଣ କରିବେ ମୁଁ ଜାଣେନା। କିନ୍ତୁ ଏମିତି ଭିନ୍ନ ଭିନ୍ନ ଚିନ୍ତାଧାରାରେ ମଣିଷ ସମାଜରେ ରହିବା କିଛି ଅସ୍ବାଭାବିକ ନୁହେଁ। ଖାଲି କରୋନା ଭୂତାଣୁ ସହ ଲଢ଼େଇ କରିବା ପାଇଁ ଲୋକ ଦେଖାଣିଆ ଆଚାର ବ୍ୟବହାର କଲେ କିମ୍ବା କେବଳ ନିୟମ ଭିତରେ ଫାଙ୍କ ଖୋଜିଲେ ପର୍ଯ୍ୟାୟକ୍ରମେ କରୋନା ଆସୁଥିବ ଓ ନିରୀହ ମଣିଷ ଜୀବନ ତା’ ଜାଲରେ ପଡି ଛଟପଟ ହେଉଥିବ।
ମାସ୍କ କିଏ କେଉଁଠି କେମିତି ପିନ୍ଧିବ ବିଚାର ନିଜର। ବିଶେଷଜ୍ଞଙ୍କ ପରାମର୍ଶ ନେଇ ଅସୁସ୍ଥ, ରୁଗ୍‌ଣ ବ୍ୟକ୍ତି କେତେ ସମୟ ଓ କେଉଁ ପ୍ରକାରର ମାସ୍କ ବ୍ୟବହାର କରିବେ ତାହା ନିଶ୍ଚିତ ହେବା ଉଚିତ। କିନ୍ତୁ ସମାଜର ବାକି ଲୋକ ଠିକ୍‌ ରୂପେ ମାସ୍କ ପିନ୍ଧିବାରେ ଅସୁବିଧା କ’ଣ? ମାସ୍କ କାହିଁ ମୁହଁ ଉପରେ, ତଳେ ବା ପକେଟରେ ରଖି ମଣିଷ ବୁଲିବ? କ’ଣ ନିଜେ କରୋନାରେ ଆକ୍ରାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା?
ସେ ସମୟରୁ ଆଜି ଭିତରେ ଏହି ମାସ୍କ ପିନ୍ଧାକୁ ନେଇ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।
କେବଳ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ହିଁ ବଢ଼ିଛି। ଆଉ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏ ମୃତ୍ୟୁ ଓ ସଂକ୍ରମଣ ବଢ଼ିବାର କାରଣ ହେଉଛି ମାସ୍କ ଠିକ୍‌ ରୂପେ ବା ମୋଟେ ନ ପିନ୍ଧିବା। ପ୍ରଥମରୁ ବାରମ୍ବାର କୁହାଯାଉଥିଲା, ଆମେ ନିୟମ ମାନିଲେ ଲକ୍‌ଡାଉନ ଆସିବ ନାହିଁ। ବୋଧହୁଏ ଆମେ ଠିକ୍‌ ରୂୂପେ ନିୟମ ପାଳନ କରିବାରେ ଅସମର୍ଥ ହୋଇଛେ; ଯେଉଁଥିପାଇଁ ପୁଣି ଲକ୍‌ଡାଉନ୍‌ ଆସିଲା। ଏବେଠୁ ତୃତୀୟ ଲହରର ପଦଧ୍ୱନି ଶୁଭିଲାଣି। ସେଥିପାଇଁ ଆମେ କେତେ ପ୍ରସ୍ତୁତ ଏବେଠାରୁ ନିଜକୁ ସମୀକ୍ଷା କରିବାର ବେଳ ଉପନୀତ। ଦ୍ୱିତୀୟ ଲହରର ତାଣ୍ଡବ ଏବେଯାଏ ସରିନି; ଯାହାକୁ ନେଇ ଆମେ ଅତିଷ୍ଠ ଓ ମର୍ମାହତ। ଇତିମଧ୍ୟରେ ଅନେକ ପ୍ରିୟଜନଙ୍କୁ ହରାଇଛୁ। ଆଉ ସେ କଷ୍ଟର ପୁନରାବୃତ୍ତି ନ ହେଉ। ଏବେଠୁ ଏସବୁ ନିୟମକୁ ନିଜେ ମାନିବା ସହ ଅନ୍ୟକୁ ପାଳନ କରିବା ନିମନ୍ତେ ପ୍ରବର୍ତ୍ତାଇବା। ଏହାଦ୍ୱାରା ତୃତୀୟ ଲହର ସଂକ୍ରମଣ ଓ ମୃତ୍ୟୁ କିଛି ମାତ୍ରାରେ ହ୍ରାସ ପାଇଯାଇପାରେ।
ମୋର ଜଣେ ବାଲ୍ୟବନ୍ଧୁ କରୋନାକୁ ଭ୍ରୂକ୍ଷେପ ନ କରି ସଭା ସମିତି ଭୋଜିଭାତ ସବୁଠାରେ ବିନା ମାସ୍କ, ବିନା ସାନିଟାଇଜର, ବିନା ସାମାଜିକ ଦୂରତାରେ ଉପସ୍ଥିତ ହୋଇ ଗତବର୍ଷ କରୋନା ସଂକ୍ରମିତ ହେଲା। କୋଭିଡ୍‌ ହସ୍‌ପିଟାଲରେ ଦୀର୍ଘ ପନ୍ଦରଦିନ ରହଣିପରେ ଘରକୁ ଫେରିଲା। ତା’ପରଠାରୁ ମୁଁ ତାକୁ କେବେ ବିନା ମାସ୍କ, ବିନା ସାନିଟାଇଜର, ବିନା ସାମାଜିକ ଦୂରତାରେ ଦେଖିନି। ଏହା ଭିତରେ ସେ ସୁସ୍ଥ ଅଛି ମାନସିକ ଓ ଶାରୀରିକ ଭାବରେ। ସମାଜକୁ ବର୍ତ୍ତା ଦେଉଛି ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଏହି ସଚେତନତା ଗଁାଗଣ୍ଡାଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ବ୍ୟାପକ ହେଉ। ଯେଉଁ ବ୍ୟକ୍ତି ଠିକ୍‌ ରୂପେ ମାସ୍କ ପିନ୍ଧୁ ନାହାନ୍ତି ଓ କ’ଣ କରୋନାକୁ ଏତେ ଭୟ କହି ବାହାଦୁରି ମାରୁଛନ୍ତି ସେମାନେ ହଁି ହେଉଛନ୍ତି ଅଡ୍‌ ମ୍ୟାନ ବା ଭିନ୍ନ ମଣିଷ। ଏ ଅଡ୍‌ ମ୍ୟାନ ବା ଚେଇଁ ଶୋଇଥିବା ଲୋକଙ୍କୁ ଉଠାଇବାର ପ୍ରୟାସ କରାଯାଉ। ନଚେତ ପରବର୍ତ୍ତୀ ସମୟରେ ଏହି ଲୋକ ମାସ୍କ ପିନ୍ଧି କରୋନା ହେବାର ଭୁଲ୍‌ ଖବର ପ୍ରସାରିତ କରିପାରନ୍ତି।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ...

ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image