କଟକ ଅଫିସ,୩।୧୧: ଦୀପାବଳି ପୂର୍ବରୁ କଟକ ଜିଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ସେ ହେଲେ ବିକ୍ରମ କେଶରୀ। ବିଭିନ୍ନ ସ୍ଥାନରୁ ବାଣ ଆଣି ବିକ୍ରମ ଘରେ ରଖିଥିଲେ । ସେ ଏଗୁଡ଼ିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନାକରିଥିଲେ। ଖବର ପାଇ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲେ।
ସୂଚନାଯୋଗ୍ୟ, ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟଙ୍କ ଠାରୁ ଅନୁମତି ମିଳିଛି। ତାହା ପୁଣି ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ। ତେବେ ବେଆଇନ ବାଣ ବିକ୍ରିକୁ ନେଇ ପୋଲିସ ପକ୍ଷରୁ ଚଢ଼ାଉ ଚାଲିଛି।