ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଘରକୁ ଫେରିଲେ ହେବ କରୋନା ଟେଷ୍ଟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ୟାସ୍‌ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହେବ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଏବଂ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ବାତ୍ୟା ପାଇଁ ଟେଷ୍ଟିଂ କମିଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଛି। ବାତ୍ୟା ପ୍ରଭାବରେ କୌଣସି ଇନ୍‌ଫ୍ରାଷ୍ଟକ୍ଚର ନଷ୍ଟ ହୋଇନାହିଁ। ସେହିପରି କୌଣସି ରୋଗୀଙ୍କ ଚିକିତ୍ସାରେ ମଧ୍ୟ ଅସୁବିଧା ହୋଇନାହିଁ। ତେବେ ଆଇସିୟୁରେ ଥିବା ଗୁରୁତର ସଂକ୍ରମିତ ବହୁଦିନ ରହି ଚିକିତ୍ସା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ ଥିବାରୁ ମୃତ୍ୟୁସଂଖ୍ୟା ବଢୁଛି। ରାଜ୍ୟର ୮୦ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଣ୍ଟିଲେଟର ଭର୍ତ୍ତି ଥିବା ସେ କହିଛନ୍ତି।

Share