ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର ହୋଇଯିବେ। ସେହିପରି ମହିଳାଙ୍କର ନିଶ ଦାଢ଼ି ଉଠିବ। ଏହାସହିତ କିଛି ପୁରୁଷଙ୍କ କଣ୍ଠସ୍ବର ମହିଳାଙ୍କ ଭଳି ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି। ଏସବୁ ସମସ୍ୟା କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ହେବ ବୋଲି ସେ କହିଛନ୍ତି। ଫାଇଜର ଏବଂ ବାୟୋଏନ୍ଟେକ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ସମ୍ପୃକ୍ତ କମ୍ପାନୀ ଦାୟୀ ରହିବେ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ କରାଯାଇଛି। ଟିକା ପ୍ରସ୍ତୁତକାରୀ କମ୍ପାନୀର ଏଭଳି ଚୁକ୍ତିନାମା ସନ୍ଦେହ ଜନକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଫାଇଜର ଏବଂ ବାୟୋଏନ୍ଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟିକା ଏବେ ବ୍ରିଟେନ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଦିଆଯାଉଛି। ଏପରିସ୍ଥଳେ ବୋଲସୋନାରୋଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍