ମାଗଣାରେ ମିଳିବ କରୋନା ଟିକା: ୩ ହଜାର କୋଟି ଖର୍ଚ୍ଚ କରିବେ ମୋଦି ସରକାର !

ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ଲୋକଙ୍କୁ ଶସ୍ତା ଦାମରେ କରୋନା ଟିକା ଦେବା ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ ଉପସ୍ଥାପନା କରାଯାଇଛି। ତେବେ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବା ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯିବ ବୋଲି କୁହାଯାଉଛି। ମିଶନ କୋଭିଡ୍‌ ସୁରକ୍ଷା ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ। ଏହି ମିଶନର ସମୟସୀମା ୧୨ ମାସରୁ ୧୮ ମାସ ପର୍ଯ୍ୟନ୍ତ ରଖାଯିବାର ପ୍ରସ୍ତାବ ରହିଛି। ଦେଶର ପ୍ରତିଲୋକଙ୍କ ପାଖରେ କରୋନା ଟିକା ପହଞ୍ଚାଇବା ଏହି ମିଶନର ମୂଳ ଲକ୍ଷ୍ୟ। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଏଭଳି ଯୋଜନା ସରକାର ପ୍ରସ୍ତୁତ କରିଥିବା କୁହାଯାଉଛି।

Share