Categories: ଜାତୀୟ

ମୋଦିଙ୍କୁ ଲୋକେ ଭଗବାନଙ୍କ ପରି କରିବେ ପୂଜା: ମୁଖ୍ୟମନ୍ତ୍ରୀ କଲେ ଏଭଳି ପ୍ରଶଂସା

ଡେରାଡୁନ୍‌,୧୫।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ସେ ମୋଦିଙ୍କୁ ପ୍ରଭୁ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଛନ୍ତି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ନିଜ କାର୍ଯ୍ୟ ପାଇଁ ଖ୍ୟାତି ହାସଲ କରିଥିଲେ। ସେହିପରି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ମାନବ ସମାଜର ମଙ୍ଗଳ ଲାଗି ଗୁରୁତ୍ୱର୍ପୂ୍‌ଣ୍ଣ କାର୍ଯ୍ୟ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଭଳି ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛନ୍ତି। ତିରଥ ସିଂ ହରିଦ୍ୱାରରେ ହଂସ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ନେତ୍ର କୁମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦିଙ୍କୁ ପ୍ରଶଂସା କରୁକରୁ ଭାବବିହ୍ବଳ ହୋଇ ଏଭଳି କହି ଦେଇଥିଲେ। ତେବେ ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share