ଏହାକୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍‌ସୁଲିନ୍‌

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍‌ସୁଲିନ୍‌ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଏହି ସମସ୍ୟାକୁ କମ୍‌ କରିବା ସହିିତ ଇନ୍‌ସୁଲିନ ନେବାରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ହଳଦୀ: ଟାଇପ୍‌ ଟୁ ମଧୁମେହ ରୋଗୀ ନିୟମିତ ହଳଦୀ ଖାଇବା ଉଚିତ। ଏପରି କରିବା ଫଳରେ ମଧୁମେହ ନିୟନ୍ତ୍ରିତ ହୋଇଥାଏ।

ମେଥି: ଏହାର ଗୁଣ୍ଡକୁ ସକାଳେ ଖାଲିପେଟରେ ଗରମ ପାଣି ସହିତ ଖାଇବା ଫଳରେ ରକ୍ତସର୍କରା କମ୍‌ ହୋଇଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି।

କଲରା ଜୁସ୍‌: ମଧୁମେହ ରୋଗୀଙ୍କୁ ପ୍ରତିଦିନ ସକାଳେ ଏହି ଜୁସ୍‌ ୧ ଗ୍ଲାସ ପିଇବା ଫଳରେ ମଧୁମେହର ମାତ୍ରା କମିବା ସହ ଇନ୍‌ସୁଲିନ୍‌ରୁ ମୁକ୍ତି ମିଳିଥାଏ।

ବେରି: ଆପଣ ବେରି ଫଳ ମଧ୍ୟ ଖାଇପାରିବେ।

ବେସନ ରୁଟି: ମଧୁମେହ ରୋଗୀ ଅଟା ରୁଟି ଖାଇବା ଅପେକ୍ଷା ସେଥିରେ କିଛି ବେସନ ମିଶାଇ ରୁଟି ପ୍ରସ୍ତୁତ କରି ଖାଇବା ଫଳରେ ଇନ୍‌ସୁଲିନ୍‌ ସ୍ତର କମ୍‌ ହୋଇଥାଏ।