Posted inଜାତୀୟ

କଶ୍ମୀରରେ ‘୩୭୦’ ପାଇଁ ମେଣ୍ଟ

ଶ୍ରୀନଗର/ନୂଆଦିଲ୍ଲୀ,୧୬।୧୦:ପିପୁଲ୍ସ ଡେମୋକ୍ରଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ମୁକ୍ତି ପରେ ଜମ୍ମୁ-କଶ୍ମୀରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ପାଇଁ ପୁଣିଥରେ ଲଢ଼େଇ ଆରମ୍ଭ ହୋଇଛି। ଉପତ୍ୟକାର ହୃତ ମର୍ଯ୍ୟାଦା ଫେରାଇ ଆଣିବା ସକାଶେ ‘ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ’ ନାମରେ ଗୁରୁବାର ଏକ ମେଣ୍ଟ ଗଠନ କରାଯାଇଛି। ଏନେଇ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଆବାହକତ୍ୱରେ ଶ୍ରୀନଗରର ଗୁପ୍‌କାର୍‌ ରୋଡ୍‌ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜମ୍ମୁ-କଶ୍ମୀରର ପ୍ରତ୍ୟାହୃତ ସ୍ବତନ୍ତ୍ର ମାନ୍ୟତା ଫେରାଇଆଣିବା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ବୈଠକରେ ଫାରୁକ୍‌ଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଏବଂ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ସମେତ ୬ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ। ବୈଠକ ପରେ ଫାରୁକ୍‌ କହିଛନ୍ତି, ‘ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ୍‌’ ଜମ୍ମୁ-କଶ୍ମୀରର ସମସ୍ତ ପକ୍ଷଙ୍କୁ ନେଇ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ରାଜନୈତିକ ସମସ୍ୟାର ସମାଧାନ ପାଇଁ ଆଗ୍ରହୀ। ୨୦୧୯ ଅଗଷ୍ଟ ପୂର୍ବରୁ ଥିବା ଜମ୍ମୁ-କଶ୍ମୀରର ସାମ୍ବିଧାନିକ ମାନ୍ୟତା ଫେରାଇ ଆଣିବା ଲକ୍ଷ୍ୟରେ ଏହି ମେଣ୍ଟ ଗଠନ କରାଯାଇଛି। ଭାରତ ସରକାର ଆମକୁ ଆମର ପୂର୍ବ ଅଧିକାର ଫେରାଇ ଦିଅନ୍ତୁ। ସେହିପରି ମେହବୁବାଙ୍କୁ ବେଆଇନ ଭାବେ ୧୪ ମାସ ଧରି ଗୃହବନ୍ଦୀ ରଖାଯିବା ପରେ ଛଡ଼ାଯାଇଛି। ଅନ୍ୟ ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଫାରୁକ୍‌ ଦାବି କରିଛନ୍ତି।
ପ୍ରକାଶ ଯେ, ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଉଚ୍ଛେଦର ଅବ୍ୟବହିତ ପୂର୍ବରୁ ଗୃହବନ୍ଦୀ ଥିବା ବାପପୁଅ କିଛିମାସ ତଳେ ମୁକୁଳିଥିବାବେଳେ ମେହବୁବାଙ୍କୁ ମଙ୍ଗଳବାର ମୁକ୍ତ କରାଯାଇଥିଲା। ବୁଧବାର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବାଙ୍କ ବାସଭବନରେ ବୈଠକ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

ଗଜରାଜର ତାଣ୍ଡବ, ଶୁଣ୍ଢରେ ଉଠାଇ ୧୦ ଫୁଟ୍‌ ଦୂରକୁ ଫିଙ୍ଗିଲା…

ମାଲାପୁରାମ,୮।୧: କେରଳର ମାଲାପୁରାମ ଜିଲାର ତିରୁର୍‌ ପୁଥିଆଙ୍ଗଡ଼ି ମହୋତ୍ସବରେ ଏକ ହାତୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ମହୋତ୍ସବରେ ସାମିଲ ହୋଇଥିବା ୫ ହାତୀ ମଧ୍ୟରୁ...

ଗୋଟିଏ ସପ୍ତାହରେ ହୋଇଗଲେ ଚନ୍ଦା: ଆତଙ୍କରେ ତିନି ଗାଁର ଲୋକେ

ନୂଆଦିଲ୍ଲୀ,୮ା୧: ମହାରାଷ୍ଟ୍ରର ବୁଲଢନା ଜିଲାର ତିନୋଟି ଗାଁର ଅନେକ ବାସିନ୍ଦା ଗତ କିଛି ଦିନ ମଧ୍ୟରେ କେଶ ଝଡ଼ିବା ପରେ ଏକ ସପ୍ତାହ ମଧ୍ୟରେ ଚନ୍ଦା...

୨୬ତମ ବିବାହ ବାର୍ଷିକୀ ଦିନ ଦମ୍ପତିଙ୍କ ଆତ୍ମହତ୍ୟା: ବିବାହ ପୋଷାକ ପିନ୍ଧି ଦେଇଥିଲେ ଏଭଳି ଷ୍ଟାଟସ୍‌, କହିଥିଲେ ଶେଷଇଚ୍ଛା

ନାଗପୁର,୮।୧: ପରସ୍ପରକୁ ବହୁତ ଭଲପାଉଥିଲେ। ସୁଖଦୁଃଖ ମଧ୍ୟରେ ବିତିଚାଲିଥିଲା ବିବାହ। ହେଲେ ୨୬ତମ ବିବାହ ବାର୍ଷିକୀରେ ବାଛି ନେଲେ ଆତ୍ମହତ୍ୟାର ବାଟ। ସେ ପୁଣି ଗୋଟିଏ...

ଦିଲ୍ଲୀ କାହାର ହେବ: ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ, କହିଲେ ତୁମର ଦମ୍‌ ନାହିଁ…

ନୂଆଦିଲ୍ଲୀ,୮।୧: ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି...

ISROର ନୂଆ ଅଧ୍ୟକ୍ଷ ଭି ନାରାୟଣନ୍‌ କିଏ? ଜାନୁଆରୀ ୧୪ରେ ନେବେ ଏସ୍‌ ସୋମନାଥଙ୍କ ସ୍ଥାନ 

ନୂଆଦିଲ୍ଲୀ,୮।୧: ଇସ୍ରୋର ନୂତନ ମୁଖ୍ୟ ହେବେ ବୈଜ୍ଞାନିକ ଭି ନାରାୟଣନ୍‌। ସେ ଅଧ୍ୟକ୍ଷ ଭାବେ ଏସ୍‌. ସୋମନାଥଙ୍କ ସ୍ଥାନ ନେବେ। ଏହାଛଡ଼ା ସେ ମହାକାଶ ବିଭାଗର...

ଚାଇନାକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, DRI ର ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧: ଚାଇନାକୁ ଚୋରା ଚାଲାଣ ହେଉଛି ଭାରତୀୟଙ୍କ କେଶ। ଏନେଇ ଖୁଲାସା କରିଛି ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ତିରୁପତି ବାଲାଜୀ ସମେତ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମକର ସଂକ୍ରାନ୍ତି ପାଇଁ ସ୍କୁଲ-କଲେଜ ଛୁଟି

ହାଇଦ୍ରାବାଦ,୮।୧: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମକର ସଂକ୍ରାନ୍ତି ପାଇଁ ସ୍କୁଲ କଲେଜ ଛୁଟି। କଲେଜ ଓ ସ୍କୁଲ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଛୁଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri