କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ ଲୋକଙ୍କ ମତ ହେଉଛି ସାଧାରଣ ଜନତା କରୋନା ନିୟମ ପାଳନ କରୁ ନ ଥିବାରୁ ତୃତୀୟ ଲହର ଆସିବାର ଆଶଙ୍କା ବୃଦ୍ଧି ପାଉଛି । ବାକି ୩୪ ପ୍ରତିଶତ ଲୋକଙ୍କ ମତ ହେଉଛି ତୃତୀୟ ଲହର ପାଇଁ ସରକାର ଦାୟୀ ରହିବେ । ଅନ୍ୟପଟେ ଟିକାକରଣକୁ ନେଇ ସାଧାରଣ ଜନତା ଚିନ୍ତା ପ୍ରକଟ କରିଛନ୍ତି । ୪୭ ପ୍ରତିଶତ ଲୋକ କୁହନ୍ତି ଟିକା ଏପର୍ଯ୍ୟନ୍ତ ସୁବିଧାରେ ମିଳିପାରୁ ନାହିଁ । ଏଥିପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଆଉ ୪୨ ପ୍ରତିଶତ ଲୋକ କହିଛନ୍ତି ଟିକା ସୁବିଧାରେ ମିଳି ଯାଉଛି । ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ ସରକାର ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି । ତେଣୁ ସାଧାରଣ ଜନତା ସଚେତନ ହୋଇ କରୋନା ନିୟମ ପାଳନ କଲେ ହୁଏତ ତୃତୀୟ ଲହର ଆସି ନ ପାରେ । ଆଉ ଯଦି ବି ଆସିବ ତାହା ଏତେ ଭୟଙ୍କର ହୋଇ ନ ପାରେ ।

Share