ଧୂଳି ଧୂଆଁରେ ଜନଜୀବନ ଅସ୍ତବ୍ୟସ୍ତ

ଚଣ୍ଡିଖୋଲ,୮ା୧୧(ଡି.ଏନ.ଏ.):ଯାଜପୁର ଜିଲାର ବାଲିଚନ୍ଦ୍ରପୁରଠାରୁ ଦେକୁଡ଼ି ପର୍ଯ୍ୟନ୍ତ ହେଉଥିବା ପୂର୍ତ୍ତବିଭାଗ ରାସ୍ତା କାମ ମନ୍ଥର ଗତିରେ ଚାଲିଛି। କ୍ରସର ଗୁଣ୍ଡ ପଡ଼ିଥିବା ହେତୁ ରାସ୍ତାରେ ଯାତାୟତ ଅସମ୍ଭବ ହୋଇପଡ଼ୁଛି। ଏପରି କି ବାଲିଚନ୍ଦ୍ରପୁର ବଜାର ଲୋକମାନେ ଅଣନିଃଶ୍ୱାସୀ ହେଉଛନ୍ତି। ସେହି ରାସ୍ତାଦେଇ ଯାନବାହାନ ଯାତୟାତ କଲେ ଲୋକମାନେ ଧୂଳିରେ ବୁଡ଼ି ଯାଉଛନ୍ତି ା ଧିରେ ଧିରେ ଚାଲୁଥିବା ଗାଡ଼ି ଧୂଆଁ ବି ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି ା ରାସ୍ତାଟି ବାଲିଚନ୍ଦ୍ରପୁର ମଧ୍ୟଭାଗରୁ ଆରମ୍ଭ ହୋଇ ଦୀର୍ଘ ୧୦କିଲୋମିଟର ଦେକୁଡ଼ି ପର୍ଯ୍ୟନ୍ତ ଲମ୍ବିଛି। ଏହାକୁ ଠିକା ନେଇଥିବା ଠିକା ସଂସ୍ଥା ଚିପ୍‌ସ ଓ କ୍ରସର ଗୁଣ୍ଡ ପକାଇ ଛାଡ଼ିଦେଇ ପଳାଇ ଯାଇଛନ୍ତି। ନିୟମ ମୁତାବକ ରାସ୍ତାରେ ଦୈନିକ ପାଣି ପକାଯିବା କଥା ା ହେଲେ ଠିକା ସଂସ୍ଥା ପାଣି ପକାଉ ନାହିଁ। ଫଳରେ ବାଲିଚନ୍ଦ୍ରପୁର ବଜାରର ବ୍ୟବସାୟୀମାନେ ବି ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ତୁରନ୍ତ ଉକ୍ତ ରାସ୍ତାରେ ପ୍ରତିଦିନ ପାଣି ସିଞ୍ଚନ କରିବାକୁ ସ୍ଥାନୀୟ ବ୍ୟବସାୟୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପୁର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ମୁଁ ଠିକାଦାରଙ୍କୁ ପାଣି ପକାଇବା ପାଇଁ କହିଛି ା ତୁରନ୍ତ ସେ କାମ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା

Share