Posted inଜାତୀୟ

‘ଭାଜପା ଶାସନ କାଳରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଛି’

ଭୋପାଳ,୪।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସୋସିଆଲ ମିଡିଆ ଜରିଆରେ ଟାର୍ଗେଟ୍‌ କରିଛନ୍ତି। ଭାଜପା ଶାସନ ଅଧୀନରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଥିବା ସେ କହିଛନ୍ତି।
କମଲ ନାଥ ଏକ୍ସ ଯୋଗେ କହିଛନ୍ତି, ‘ଆମେ ମିଛ କହୁନାହୁଁ’ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଦାବି କରୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ। ପ୍ରଶ୍ନ ହେଉଛି ସେ କାହିଁକି ଏହି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଅନୁଭବ କରିଛନ୍ତି। ଭାରତୀୟ ଜନତା ପାର୍ଟି ସରକାର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣୁଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି। କିନ୍ତୁ ପ୍ରକୃତ ସତ କଥା ହେଉଛି ଜୀବନ ବଦଳୁନାହିଁ, ଗତ କିଛି ବର୍ଷ ଶାସନ କାଳରେ ଭାଜପା ଲୋକଙ୍କ ଜୀବନକୁ ଆହୁରି ଖରାପ କରିଦେଉଛି।
କମଲ ନାଥ ଆହୁରି ଲେଖିଛନ୍ତି, ଜୀବନ ବଦଳାଇବା ନୁହେଁ, ବରଂ ଜୀବନର ଉନ୍ନତି ଉପରେ ଆମେ ବିଶ୍ୱାସ କରୁ। ପ୍ରତ୍ୟେକ ମଣିଷ ଆଗକୁ ବଢିବାକୁ ଚାହାଁନ୍ତି, ନିଜ ପ୍ରିୟଜନଙ୍କ ପାଇଁ ସର୍ବଶ୍ରେଷ୍ଠ କରିବାକୁ ଚାହାଁନ୍ତି। ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସରକାରଙ୍କ କାମ। ଯଦି ସରକାର ଏହି କାର୍ଯ୍ୟକୁ ସଚ୍ଚୋଟତାର ସହ କରନ୍ତି, ତେବେ ଏହା କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ। କଂଗ୍ରେସ ଏବଂ ଭାଜପାର ଶାସନ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ପାଇଁ ଦଶ ବର୍ଷ ପୂର୍ବେ ଜୀବନ ସହଜ ଥିଲା କି ଆଜି ଅଛି ତାହା ତୁଳନା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଶାରୀରିକ ସମ୍ପର୍କ’ର ଅର୍ଥ ବଳାତ୍କାର…, ଦିଲ୍ଲୀ ହାଇକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ, ୨୯।୧୨: ଦିଲ୍ଲୀ ହାଇକୋର୍ଟ ପୋକ୍ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି କହିଛନ୍ତି, ନାବାଳିକା ପୀଡିତା ଦ୍ୱାରା ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିବାର...

ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ

ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍‌ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି।...

‘ଦିଲ୍ଲୀରେ ମିଳିଲା ନାହିଁ ୨ ଗଜ ସ୍ଥାନ’, କଂଗ୍ରେସ ଉପରେ ବଡ଼ ଅଭିଯୋଗ ଆଣିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଜନୀତି ଚରମ ସୀମାରେ ରହିଛି ଏବଂ ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଆକ୍ରମଣ...

ଶିଶୁ ହତ୍ୟା ଅଭିଯୋଗରେ ମୁମ୍ବାଇରୁ ଗିରଫ ହେଲେ ଜମାଟୋ ଡେଲିଭରି ବୟ

ମୁମ୍ବାଇ,୨୯।୧୨: ଭଜନପୁର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାରୋଲ ଜମ୍ପରଙ୍କୁ ମୁମ୍ବାଇର ଏକ ଜନବହୁଳ ଅଞ୍ଚଳରୁ...

ଘୋଷଣା ହେଲା କଂଗ୍ରେସର ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ଅଭିଯାନର ନୂଆ ତାରିଖ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ...

କାହିଁକି ଦିଲ୍ଲୀ ଗସ୍ତ କରିଛନ୍ତି ନୀତୀଶ? ଇସ୍ତଫା ଚର୍ଚ୍ଚା ମଧ୍ୟରେ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ଲାନ

ନୂଆଦିଲ୍ଲୀ/ପାଟନା,୨୯।୧୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଚାଲିଯିବା ମାତ୍ରେ ତାଙ୍କ ଇସ୍ତଫା ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାକୁ...

ସ୍ମୃତିରେ ହୋଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଯମୁନାରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅସ୍ଥିକୁ ବିସର୍ଜନ କରିବାର ରୀତିନୀତି ରବିବାର (୨୯ ଡିସେମ୍ବର) ଦିଲ୍ଲୀର ଗୁରୁଦ୍ୱାର ମଜନୁ କା ତିଲା ନିକଟ ଯମୁନା...

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri