‘ଜନପ୍ରତିନିଧିଙ୍କୁ ଅବହେଳା କରାଯାଉଛି’

ବାରିପଦା,୨୯ା୬(ନୀଳାଦ୍ରି ବିହାରୀ ଦଣ୍ଡାପଟ): ଓଡ଼ିଶାବାସୀ ଭୋଟ ଦେଇ ନିର୍ବାଚିତ କରିଥିବା ଜନପ୍ରତିନିଧିମାନଙ୍କୁ ଅବହେଳା କରାଯାଉଛି। ମନ୍ତ୍ରୀ, ବିଧାୟକମାନେ ହାତଯୋଡି ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଭଳି କାର୍ଯ୍ୟକଳାପକୁ ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ମୟୂରଭଞ୍ଜ ଜିଲାର ପୂର୍ବତନ ଏମ୍‌ପି ଲକ୍ଷ୍ମଣ ଟୁଡୁ କହିଛନ୍ତି। ଗୁରୁବାର ବାରିପଦାଠାରେ ଏକ ଖବରଦାତା ସମ୍ମିଳନୀରେ ସେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସନର ଲାଳସାରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓଡ଼ିଶା ଭ୍ରମଣ କରିବା ଭଳି ଘଟଣାକୁ ସେ କଳା ପାହାଡ଼ର ଆଖ୍ୟା ଦେଇଛନ୍ତି। ଗଣତନ୍ତ୍ରକୁ ହତ୍ୟା କରି ଅମଲାତନ୍ତ୍ରର ପତିଆରା ଜାହିର କରିଥିବା ପାଣ୍ଡିଆନଙ୍କୁ ଓଡ଼ିଶାରୁ ହଟାଇବା ପର୍ଯ୍ୟନ୍ତ ତାଙ୍କର ଏହି ପ୍ରତିବାଦର ଲଢେଇ ଜାରୀ ରହିବ ବୋଲି ଟୁଡୁ କହିଛନ୍ତି।