ଭୁବନେଶ୍ୱର,୮ା୩:ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି ସମ୍ଭାବ୍ୟ ମେଣ୍ଟକୁ କେହି କେହି ଚୋର-ପୋଲିସ ମେଣ୍ଟ ଆଖ୍ୟା ଦେଉଥିବାବେଳେ କିଏ କିଏ କହୁଛନ୍ତି, ଏହା ମେଣ୍ଟ ନୁହେଁ, ପରସ୍ପର ମଧ୍ୟରେ ଆତ୍ମସମର୍ପଣ। ସେହିପରି ଅନେକେ ମନ୍ତବ୍ୟ ଦେଉଛନ୍ତି ଯେ ଏଥର ନିର୍ବାଚନରେ କୌଣସି ‘ବି’ (ବିଜେଡି, ବିଜେପି) ନୁହେଁ, ‘ସି’ (କଂଗ୍ରେସ)କୁ ପସନ୍ଦ କରିବୁ। କଂଗ୍ରେସ ହିଁ ଶାସକ ଦଳର ବିକଳ୍ପ ହୋଇପାରିବ ବୋଲି ସେମାନେ କହୁଛନ୍ତି।