ପେପ୍ଲମ୍‌ କୁର୍ତ୍ତା

କୁର୍ତ୍ତା ଏକ କମ୍ଫଟେବଲ ଆଉଟ୍‌ଫିଟ୍‌। ଖାସ୍‌କରି ପେପ୍ଲମ୍‌ କୁର୍ତ୍ତା ହେଉଛି ସେମିତି ଏକ କୁର୍ତ୍ତା, ଯାହା ଧୋତି ପ୍ୟାଣ୍ଟ ହେଉ କିମ୍ବା ପ୍ଲାଜୋ ଅବା ଓ୍ବାଇଡ୍‌-ଲେଗ୍‌ ପ୍ୟାଣ୍ଟ ଇତ୍ୟାଦି ସହ ପର୍‌ଫେକ୍ଟ ମ୍ୟାଚ୍‌ କରିଥାଏ। ସେହିପରି ଏ ଷ୍ଟାଇଲର କୁର୍ତ୍ତାକୁ କାଜୁଆଲ ଆଉଟିଂ ହେଉ ଅବା ପାର୍ଟି, ଫଙ୍କ୍‌ସନ କିମ୍ବା ଅଫିସ୍‌ ସବୁ କ୍ଷେତ୍ରରେ ପିନ୍ଧିହୁଏ। ସେମିତି କେତୋଟି ଷ୍ଟାଇଲିଶ୍‌ ଡିଜାଇନ୍‌ର ପେପ୍ଲମ୍‌ କୁର୍ତ୍ତା ସମ୍ପର୍କରେ…

ଏମ୍ବେଲିଶ୍ଡ ପେପ୍ଲମ୍‌ କୁର୍ତ୍ତା: ଯଦି ଆପଣ କୌଣସି ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥାନ୍ତି, ତା’ହେଲେ ଏ ଷ୍ଟାଇଲର ପେପ୍ଲମ୍‌ କୁର୍ତ୍ତାକୁ ଟ୍ରାଏ କରିପାରିବେ। ଆପଣ ଚାହିଁଲେ ଏହା ସହିତ ଦୁପଟ୍ଟା ମଧ୍ୟ କ୍ୟାରି କରିପାରିବେ।

ପୋଲ୍‌କା ଡଟ୍‌ ପେପ୍ଲମ୍‌ କୁର୍ତ୍ତା: ପୋଲ୍‌କା ଡଟ୍‌ ଥିବା ଯେକୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଫ୍ୟାଶନେବଲ ଲୁକ୍‌ ମିଳିଥାଏ। ଖାସ୍‌କରି ପୋଲ୍‌କା ଡଟ୍‌ ପେପ୍ଲମ୍‌ କୁର୍ତ୍ତା ସିମ୍ପଲ ଲୁକ୍‌କୁ ବି ଷ୍ଟାଇଲିଶ୍‌ କରିଦିଏ। ସେହିପରି ପ୍ଲାଜୋ ସହିତ ଏ ଷ୍ଟାଇଲ୍‌ର କୁର୍ତ୍ତା ପର୍‌ଫେକ୍ଟ ମ୍ୟାଚ୍‌ କରିଥାଏ।

ଫୁଲ୍‌ ସ୍ଲିଭସ୍‌ ପ୍ରିଣ୍ଟେଡ୍‌ ପେପ୍ଲମ୍‌ କୁର୍ତ୍ତା: ଆପଣଙ୍କର ଯଦି କାଜୁଆଲ ଲୁକ୍‌ ପସନ୍ଦ ତା’ହେଲେ ଧୋତି ପ୍ୟାଣ୍ଟ ସହିତ ଫୁଲ୍‌ ସ୍ଲିଭସ୍‌ ଥିବା ପ୍ରିଣ୍ଟେଡ୍‌ ପେପ୍ଲମ୍‌ କୁର୍ତ୍ତା ଟ୍ରାଏ କରନ୍ତୁ। ଦେଖିବେ ବେଶ୍‌ ମାନିବ। ତା’ସାଙ୍ଗକୁ ଯଦି ଆପଣ ହିଲ୍‌ ପିନ୍ଧିବେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିବ।

ଏମ୍ବ୍ରୋଏଡ୍‌ ପେପ୍ଲମ୍‌ କୁର୍ତ୍ତା: କ୍ଲାସି ଲୁକ୍‌ ପାଇଁ ଏହି ଷ୍ଟାଇଲ୍‌ର କୁର୍ତ୍ତାକୁ ଟ୍ରାଏ କରିପାରିବେ। ଖାସ୍‌ କରି ପ୍ରିଣ୍ଟେଡ୍‌ ଲଙ୍ଗ୍‌ ସ୍କର୍ଟ ସହ ଏହି କୁର୍ତ୍ତାକୁ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଆଉଟିଂରେ ଗଲାବେଳେ ଏହି ଷ୍ଟାଇଲ୍‌କୁ ଫଲୋ କଲେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

ବର୍ଡର ଥିବା ପେପ୍ଲମ୍‌ କୁର୍ତ୍ତା: ବର୍ଡର ଥିବା କୁର୍ତ୍ତାର ଡିମାଣ୍ଡ ସବୁବେଳେ ରହିଆସିଛି। ବିଶେଷକରି ବର୍ଡର ପେପ୍ଲମ୍‌ କୁର୍ତ୍ତା ସହ ପଟିଆଲା ପ୍ୟାଣ୍ଟକୁ ମ୍ୟାଚ୍‌କରି ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ।

ହେଭି ଓ୍ବାର୍କ ବାଲା ପେପ୍ଲମ୍‌ କୁର୍ତ୍ତା: ପାର୍ଟି, ଫଙ୍କ୍‌ସନ ପାଇଁ ଓ୍ବାର୍କ ବାଲା ପେପ୍ଲମ୍‌ କୁର୍ତ୍ତା ଟ୍ରାଏ କରନ୍ତୁ, ଦେଖିବେ ସୁନ୍ଦର ଲାଗିବ। ଏ ଷ୍ଟାଇଲ୍‌ର କୁର୍ତ୍ତା ସହ ପ୍ଲେନ୍‌ ପ୍ୟାଣ୍ଟ ହିଁ ଭଲ ମାନିଥାଏ।

ନେଟ୍‌ କାମବାଲା ପେପ୍ଲମ୍‌ କୁର୍ତ୍ତା: ଏବେ ମାର୍କେଟ୍‌ର ନେଟ୍‌ କାମ ବାଲା ପେପ୍ଲମ୍‌ କୁର୍ତ୍ତା ସହ ମ୍ୟାଚିଂ କରି ନେଟ୍‌ କାମ ବାଲା ପ୍ଲେନ୍‌ ପ୍ୟାଣ୍ଟ ବି ମିଳୁଛି। ତା’ସାଙ୍ଗକୁ ଏଥିରେ ମ୍ୟାଚିଂ ଦୁପଟ୍ଟା ମଧ୍ୟ ରହୁଛି। ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ଲାଗିଥାଏ ପିନ୍ଧିବାରେ ମଧ୍ୟ ସେତିକି କମ୍ଫଟେବଲ ଲାଗେ। ଏହାକୁ ପାର୍ଟି, ଫଙ୍କ୍‌ସନକୁ ମଧ୍ୟ ପିନ୍ଧିକି ଯାଇହେବ।