Categories: ବାଣିଜ୍ୟ

ପେପରଫ୍ରାଇ ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତିଙ୍କ ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ,୮।୮: ପେପରଫ୍ରାଇ ସିଇଓ ତଥା ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତିଙ୍କର ସୋମବାର ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଏନେଇ ଅନ୍ୟତମ ସହପ୍ରତିଷ୍ଠାତା ଆଶିଷ ଶାହା ‘ଏକ୍ସ’ରେ ହୃଦୟସ୍ପର୍ଶୀ ପୋଷ୍ଟ କରି ଜଣାଇଛନ୍ତି।

ଆଶିଷ ଲେଖିଛନ୍ତି, ‘ମୋର ବନ୍ଧୁ, ପରାମର୍ଶଦାତା, ଭାଇ, ସହକର୍ମୀ ଅମ୍ବରେଶ ଆଉ ନାହାନ୍ତି। ଏନେଇ କହିବା ବି ଅତ୍ୟନ୍ତ ଦୁଃଖଦାୟକ। ସୋମବାର ରାତିରେ ଲେହରେ ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କ ପାଇଁ ଏବଂ ପରିବାର ଏବଂ ନିକଟତର ଲୋକଙ୍କୁ କ୍ଷତି ସହିବାକୁ ଶକ୍ତି ପାଇଁ ଦୟାକରି ପ୍ରାର୍ଥନା କରନ୍ତୁ।’

Share