ବାରଙ୍ଗ,୨୫।୩(ଲିଙ୍ଗରାଜ ରାଉତ): ମଙ୍ଗଳବାର ସକାଳୁ ନନ୍ଦନକାନନରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ(ଆଉଟ ସୋର୍ସିଂ)ମାନେ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି। ସଂଘର ସଭାପତି ଜୟନ୍ତ କୁମାର ରାଉତରାୟଙ୍କ ନେତୃତ୍ୱରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅସ୍ଥାୟୀ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ୮ଘଣ୍ଟା ବାଦଲରେ ସେମାନଙ୍କୁ ୧୦ଘଣ୍ଟା କାମରେ ଲଗାଯାଇଛି। ନନ୍ଦନକାନନରେ ୧୦୩ଟି ଚତୁର୍ଥଶ୍ରେଣୀ ପଦବୀ ଖାଲି ଥିବାବେଳେ ତାହା ପୂରଣ ପାଇଁ କୌଣସି ଉଦ୍ୟମ କରା ନ ଯିବା ଓ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ କର୍ମଚାରୀମାନେ ଧାରଣାରେ ବସିଛନ୍ତି।