ନ୍ୟାୟ ଦାବିରେ ବାପଘର ଲୋକଙ୍କ ଧାରଣା

ନୀଳଗିରି, ୨୧।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଗରଡ଼ି ଗାଁରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ବଧୂ ହତ୍ୟା ଘଟିଥିଲା। ଏହି ଘଟଣାରେ ୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ କେବଳ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଦୁଇଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସୋମବାର ନ୍ୟାୟ ଦାବିରେ ବରହମପୁର ଥାନା ଆଗରେ ମୃତ ମହିଳାଙ୍କ ବାପଘର ଲୋକେ ଧାରଣାରେ ବସିଥିଲେ। ନୀଳଗିରି ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣ ସଦଳବଳେ ବରହମପୁର ଥାନାରେ ପହଞ୍ଚତ୍ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିବ ସହ ଦୁଇଦିନ ମଧ୍ୟରେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
କପ୍ତିପଦା ଥାନା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତାଙ୍କୁ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ଦୀପ୍ତିକିଶୋର ବେହେରା ୪ବର୍ଷ ପୂର୍ବେ ବିବାହ କରିଥିଲେ। ହେଲେ ବାହାଘର ୬ମାସ ପରେ ଦୀପ୍ତିଙ୍କ ମା’ ବାପାଙ୍କ ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବି କରି ମାର୍‌ପିଟ୍‌ କରିଆସୁଥିଲେ। ବହୁବାର ବୈଠକ ହୋଇ ବୁଝାଶୁଝା ହୋଇଥିଲେ ମଧ୍ୟ ଉକ୍ତ ଘଟଣା ବାରମ୍ବାର ହେବାରୁ ଗତ ୨୦୨୦ ଜୁଲାଇ ୧୬ରେ ବରହମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲ। ଉଭୟଙ୍କ ମଧ୍ୟରେ ଥାନାରେ ଆପୋଷ ବୁଝାମଣା ହୋଇଥିଲା। ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ବିରୋଧ କରିଥିଲେ ସବିତା। ଶୁକ୍ରବାର ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାରପିଟ୍‌ ଯୋଗୁ ସବିତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ପ୍ରଶାନ୍ତ ମଣ୍ଡଳ ଶନିବାର ବରହମ୍‌ପୁର ଥାନାରେ ସ୍ବାମୀ ଦୀପ୍ତିକିଶୋର ବେହେରା, ଶାଶୁ କମଳା ବେହେରା, ମମତା ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ବରହମପୁର ଥାନାରେ ଏକ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରାଯାଇ ସ୍ବାମୀ ଦୀପ୍ତି କିଶୋର ବେହେରାଙ୍କୁ ଅଟକ ରଖି ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image