ମାନସିକ ରୋଗ ଜଣେ ବ୍ୟକ୍ତିର କାର୍ଯ୍ୟଧାରାକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। କାରଣ ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ପ୍ରଭାବିତ ହୋଇଥାଏ। ସେ ଅଧିକାଂଶ ସମୟରେ ନକାରାତ୍ମକ ମାନସିକତା ମଧ୍ୟରେ ରହିଥାଆନ୍ତି। ଏପରି ମତବ୍ୟକ୍ତ କରିଛନ୍ତି କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ‘କାର୍ଯ୍ୟଦକ୍ଷତା ଓ ମାନସିକ ରୋଗ’ ଶୀର୍ଷକ ବିଷୟକୁ ନେଇ ଏହି ୟୁନିଭର୍ସିଟିର ବିଶେଷଜ୍ଞମାନେ କରିଥିବା ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡିଛି। ଏହି ସମୟରେ ସେମାନେ ମାନସିକ ରୋଗ ସହ ଜଡିତ କିଛି ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର କାର୍ଯ୍ୟଧାରା ଏହି ରୋଗ ଦ୍ୱାରା ପ୍ରଭାବିତ ହେଉଥିବାର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ।