ଓ୍ବାଶିଂଟନ,୯।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟୁଇଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକାଉଣ୍ଟ୍ରେ ଟ୍ରମ୍ପ୍ ୫୭୦୦୦ ଟୁଇଟ୍ କରିଥିଲେ। ଆଇନର ଉଲ୍ଲଂଘନ କରାଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟୁଇଟର୍ ପକ୍ଷରୁ କୁହାଯାଇଛି। ଟ୍ରମ୍ପ୍ଙ୍କ ଟୁଇଟ୍ ଦ୍ୱାରା କ୍ୟାପିଟୋଲ ହିଂସାକାଣ୍ଡ ଘଟାଇଥିବା ସମର୍ଥକ ପ୍ରେରିତ ହୋଇଛନ୍ତି କି ନାହିଁ ତାହାର ସମୀକ୍ଷା କରାଯିବ ବୋଲି ଟୁଇଟର୍ କହିଛି। ଏହା ପୂର୍ବରୁ ଜାନୁୟାରୀ ୬ରେ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍ ଉପରେ ୧୨ ଘଣ୍ଟିଆ କଟକଣା ଜାରି କରାଯାଇଥିଲା।