ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି ରହିଲେ ହିଁ ପର୍ବ ପାଳନ କରାଯାଇ ପାରିବ। ସାମ୍ପ୍ରତିକ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ରାୟ ଦେଇଛନ୍ତି। ଦିଲ୍ଲୀ ସରକାର ସୁରକ୍ଷା ଦୃଷ୍ଟିରୁ ସାର୍ବଜନୀକ ଛଠ୍‌ ପୂଜା ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟଣାଓଟରା ଲାଗି ରହିଛି। ଭାଜପା ପକ୍ଷରୁ ଏନେଇ ଶାସକ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରଶ୍ନ କରାଯାଇଛି।

Share