ନୂଆଦିଲ୍ଲୀ,୧୯।୭: ପେଟ୍ରୋଲିୟମ ଆଣ୍ଡ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଉ ୭ଟି କମ୍ପାନୀକୁ ଦେଶରେ ତୈଳ କାରବାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ର ନିୟାମବଳୀରେ ସାମାନ୍ୟ ପରିବର୍ତ୍ତନ ପୂର୍ବକ ଦେଶର ଆର୍ଥିକସ୍ଥିତି ଓ ବଜାର ଚାହିଦାକୁ ପୂରଣ କରିବା ପାଇଁ ଏହି କମ୍ପାନୀଗୁଡିକୁ ମଞ୍ଜୁର ଦିଆଯାଇଥିବା କୁହାଯାଇଛି। ଫଳରେ ଦେଶର ପେଟ୍ରୋଲିୟମ ଉପତ୍ାଦ ବିକ୍ରିରେ ଏହି କମ୍ପାନୀଗୁଡିକର ସହଯୋଗ ଓ ଭାଗୀଦାରି ରହିବ, ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଏହା ମାଧ୍ୟମରେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରଣାଳୟ ମତବ୍ୟକ୍ତ କରିଛି। ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରି ପାଇଥିବା ୭ କମ୍ପାନୀ ହେଉଛନ୍ତି ଆରଆଇଏଲ, ଆଇଏମସି ଲିମିଟେଡ୍, ଆସାମ ଗ୍ୟାସ କମ୍ପାନୀ ଲିମିଟେଡ୍, ଅନସାଇଟ ଏନର୍ଜି ପ୍ରାଇଭେଟ ଲିମିଟେଡ୍, ଏମ.କେ. ଆଗ୍ରୋ ଟେକ୍ ପ୍ରାଇଭେଟ ଲିମିଟେଡ୍, ଆରଏସଆଇଏଲ ଏବଂ ମାନସ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଆଣ୍ଡ ଇନ୍ଫ୍ରାଷ୍ଟ୍ରକଚର ଲିମିଟେଡ୍ ପ୍ରମୁଖଙ୍କୁ ଏହି ଅନୁମତି ମିଳିଥିବା ସୂଚନା ମିଳିଛି।