ଭୋଗରାଇ, ୯।୧(ଡି.ଏନ.ଏ.) କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପ ଗଙ୍ଗାସାଗର ମେଳାକୁ କୋଲକାତା ଉଚ୍ଚ ନ୍ୟାୟାଳୟ ସର୍ତ୍ତାଧୀନ ଅନୁମତି ପ୍ରଦାନ କରିଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟସୁରକ୍ଷା ପାଇଁ ଚଳିତବର୍ଷ ଏହି ମେଳାକୁ ବନ୍ଦ କରିବାକୁ ଜଣେ ଡାକ୍ତର କୋଲକାତା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଉଚ୍ଚନ୍ୟାୟାଳୟ ଶୁକ୍ରବାର ଏହାର ଶୁଣାଣି କରି କୋଭିଡ୍ ନିର୍ଦ୍ଦେଶିକା ମାନି ମେଳା ହେବାକୁ ଅନୁମତି ଦେଇଛନ୍ତି।