ଅନୁମତି ମିଳିଲେ ରଥଯାତ୍ରାରେ ରୂପାରେ ଛାଉଣୀ ହେବ ସିଂହଦାର

ପୁରୀ ଅଫିସ, ୨୭।୫: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦାର ରୂପାରେ ଛାଉଣୀ ହେବ । ଏ ନେଇ ଏଏସ୍‌ଆଇକୁ ଅନୁମତି ମଗାଯାଇଛି । ସେହି ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ସେହିପରି ରତ୍ନ ପଲଙ୍କର ମଧ୍ୟ ମରାମତି ସହ ନୂତନ ସେଟ ନିର୍ମାଣ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି।
ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି ।

Share