Categories: ଜାତୀୟ

ହନୁମାନ ଜୟନ୍ତୀ ଆୟୋଜନକାରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୯।୪: ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାର ଦୁଇଦିନ ପରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଆୟୋଜନକାରୀ ଅନୁମତି ନ ନେଇ ଶୋଭାଯାତ୍ରା ବାହାର କରିଥିବାରୁ ଆଇପିସିର ଧାରା ୧୮୮ରେ ମାମଲା ଦାଏର ହୋଇଥିବା ଉତ୍ତରପଶ୍ଚିମାଞ୍ଚଳ ଡିସିପି ଉଷା ରଙ୍ଗ୍‌ନାନି ପ୍ରକାଶ କରିଛନ୍ତି। ଶନିବାର ସକାଳେ ଓ ସନ୍ଧ୍ୟାରେ ଆୟୋଜିତ ଶୋଭାଯାତ୍ରାକୁ ଅନୁମତି ମିଳିଥିଲା। ରାତିରେ ବିନା ଅନୁମତିରେ ବାହାରିଥିବା ଶୋଭାଯାତ୍ରା ବେଳେ ସଂଘର୍ଷ ଘଟିଥିଲା।

Share