ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୪ ସ୍ଥାନରେ ରାବଣପୋଡି ହେବ। ଅଗ୍ନିଶମ ବିଭାଗ ଏ ନେଇ ଅନୁମତି ଦେଇଛି। ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳ ପୂଜା କମିଟିକୁ ଅନୁମତି ଦିଆଯାଇଛି। ଏହାପରେ କମିଶନରେଟ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ । ରାବଣ ପୋଡି ପ୍ରସ୍ତୁତି ନେଇ ପୋଲିସ ଓ ଅଗ୍ନିଶମ ବାହିନୀ ସମୀକ୍ଷା କରିବେ ।