Advertisement

ଟ୍ରାକ୍ଟର ପରେଡକୁ ଅନୁମତି

ନୂଆଦିଲ୍ଲୀ, ୨୪।୧: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ୧୦୦ କିଲୋମିଟର ଟ୍ରାକ୍ଟର ପରେଡ୍‌ ପାଇଁ ଦିଲ୍ଲୀ ପୋଲିସ ଶନିବାର ଅନୁମତି ଦେଇଥିବା କୃଷକ ନେତାମାନେ ଦାବି କରିଛନ୍ତି। ଦିଲ୍ଲୀର ଗାଜିପୁର, ସିଙ୍ଘୁ ଏବଂ ଟିକ୍ରି ସୀମାରୁ ଏହି ଟ୍ରାକ୍ଟର ପରେଡ୍‌ ଆରମ୍ଭ ହେବ। ଦିଲ୍ଲୀ ପୋଲିସ ସହ ଚାଷୀ ପ୍ରତିନିଧିମାନଙ୍କ ବୈଠକ ପରେ କୃଷକ ନେତା ଅଭିମନ୍ୟୁ କୋହର ଏହି ସୂଚନା ଦେଇଛନ୍ତି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ହଜାର ହଜାର ଚାଷୀ ଭାଗନେବେ। ରାଲି ପାଇଁ ଦିଲ୍ଲୀ ପୋଲିସ ବ୍ୟାରିକେଡ୍‌ଗୁଡ଼ିକୁ ହଟାଇଦେବ। ଟ୍ରାକ୍ଟର ରାଲି ପରେ ଚାଷୀମାନେ ପୁନର୍ବାର ଆନ୍ଦୋଳନ ସ୍ଥଳକୁ ଫେରିଆସିବେ। ଟ୍ରାକ୍ଟର ପରେଡ୍‌ ଶାନ୍ତିପୂର୍ଣ୍ଣ ହେବ ଏବଂ ସରକାରୀ କାର୍ଯ୍ୟକ୍ରମରେ କୌଣସି ଅସୁବିଧା ହେବନାହିଁ ବୋଲି କୃଷକ ନେତାମାନେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share