ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ନଚେତ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଓଠରେ ହସ ଫୁଟାଇଥାଏ। ସେଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ଜଣେ ବ୍ୟକ୍ତି ଗାଧୋଇବା ସମୟରେ ହ୍ବାଟ୍ସଆପ୍ରେ ଚାଟ୍ କରୁଥିବା ଦେଖାଯାଇଛି। ଲୋକମାନେ ଏହି ଫଟୋରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।
ଫଟୋଟିକୁ ଅନ୍ହାପିକିଡ୍ ନାମକ ବ୍ୟବହାରକାରୀ ଶେୟାର କରି‘ ଯେତେବେଳେ କଥାବାର୍ତ୍ତା ଭଲ ହୋଇଥାଏ’ ବୋଲି କ୍ୟାପସନ୍ ଲେଖିଥିଲେ। ଧିରେ ଧିରେ ଏହି ଫଟୋ ବେଶ ଭାଇରାଲ ହେଉଛି।
ଜଣେ ବ୍ୟବହାରକାରୀ ମୁଁ ବି ଆଗକୁ ଗାଧୋଇବା ବେଳେ ଭିଡିଓ ଚାଟ୍ କରିବି ବୋଲି ଲେଖିଛନ୍ତି। ସେହିଭଳି ଫୋନ୍ରେ ପାଣି ପଡ଼ୁଛି ଏବଂ ଲୁଚାଛପାରେ ଚାଟ୍ ବି ଚାଲିଛି। ଭଲରେ କେହି କଥା ହେଲେ ପୁରା ଘଣ୍ଟାଏ ଯାଏ ଏଭଳି ସ୍ଥିତିରେ ଛିଡ଼ା ହୋଇ ରହିପାରିବି ବୋଲି ଅନ୍ୟ ବ୍ୟବହାରକାରୀ ଲେଖୁଥିବା ଦେଖାଯାଇଛି।
when the conversation is good pic.twitter.com/r8jhRinhIl
— A (@unhappykiddd) June 29, 2021