ପୁଅକୁ କରେଣ୍ଟ ଦେଇ ମାରିଦେଲେ

ଲଙ୍ଗଳେଶ୍ବର,୨୫ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଡଗରା ଗ୍ରାମର ବିଶ୍ୱଜିତ ନାଗ (୩୨) ଶନିବାର ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ବେଣୁଧର ଗୁରୁତର ହୋଇଛନ୍ତି।
ଗ୍ରାମର ଜୟନ୍ତ ମଣ୍ଡଳ ଓ ଶମ୍ଭୁ ପ୍ରଧାନ ନାମକ ଦୁଇ ଚାଷୀ ନିଜ ଜମିକୁ ଲୁହା ତାରରେ ବାଡ ଘେରାଇବା ସହ ସେଥିରେ ବିଦ୍ୟୁତ୍‌ ସଂଯୋଗ କରିଦେଇଥିଲେ। ବିଶ୍ୱଜିତ୍‌ ଟ୍ରାକ୍ଟରରେ ହଳ କରି ଫେରୁଥିବା ବେଳେ ବାଟରେ ତାର ଝୁଲୁଥିବା ଦେଖି ଏହାକୁ ହଟାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଶ୍ୱଜିତ୍‌ଙ୍କ ମୃତ୍ୟୁ ଘଟିଥିଲା। ପୁଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ବାପା ବେଣୁଧର ବିଲକୁ ଖୋଜିବାକୁ ଯାଇଥିଲେ। ସେ ମଧ୍ୟ ବିଦ୍ୟୁତ୍‌ ତାର ସଂସର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନା ମୁତାବକ ଏଭଳି ଘଟଣା ଘଟାଯାଇଥିବା ମୃତ ବିଶ୍ୱଜିତ୍‌ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଏକ ମାମଲା(ନଂ.୩୦/୨୧) ରୁଜୁ ହୋଇଛି।

Share