Categories: ଫୁରସତ

କୁମ୍ଭୀର ପେଟରେ ମଣିଷ, ବଞ୍ଚାଇବା ପାଇଁ ହାତ ବାହାର କରି ମାଗିଲେ ସହାୟତା, ଭିଡିଓ ଦେଖିଲେ…

କୁମ୍ଭୀରଟି କେତେ ଯେ, ଭୟଙ୍କର ଏବଂ ବିପଜ୍ଜନକ ତାହା କିଏ ବା ନ ଜାଣେ। ସୋସିଆଲ ମିଡିଆରେ କୁମ୍ଭୀର କେବଳ ମଣିଷ ନୁହେଁ ବରଂ ବଡ଼ବଡ଼ ଭୟଙ୍କର ପଶୁମାନଙ୍କୁ ମଧ୍ୟ ଶିକାର କରୁଥିବାର ଦେଖିବାକୁ ମିଳିଥାଏ।

ଏବେ ସେମିତି ଏକ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ବ୍ୟକ୍ତି କୁମ୍ଭୀର ପେଟରେ ସମ୍ପୂର୍ଣ୍ଣ ଭାବେ ପଶି ଯାଇଛନ୍ତି। ସେ ବାହାରକୁ ହାତ ଦେଖାଇ ବଞ୍ଚାଇବା ପାଇଁ ସହାୟତା ମାଗୁଛନ୍ତି।

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ Earth_animals_pix ରେ ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି କୁମ୍ଭୀର ପେଟରେ ପଶିଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକ କୁମ୍ଭୀର ପାଟିରୁ ହାତ ବାହାର କରି ସାହାଯ୍ୟ ମାଗୁଥିବାର ନଜର ଆସିଥିଲେ। କୁମ୍ଭୀର ଲାଞ୍ଜକୁ ଜଣେ ବ୍ୟକ୍ତି ଧରିଥିବା ବେଳେ ଆଉ ଜଣେ ବ୍ୟକ୍ତି କୁମ୍ଭୀର ପେଟରେ ଥିବା ବ୍ୟକ୍ତିଙ୍କ ହାତ ଧରି ଟାଣୁଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ୬.୬୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ୟୁଜରମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କୁମ୍ଭୀର ପେଟରେ ବ୍ୟକ୍ତି ଜଣକ ଜୀବିତ ଥିଲେ। ବାସ୍ତବରେ ଏହା ଏକ ରୋବଟ କୁମ୍ଭୀର ଥିଲା। ଜଣେ ୟୁଜର ଲେଖିଛନ୍ତି, ଭିଡିଓ ଦେଖିବା ପୂର୍ବରୁ ଆମର କ୍ୟାପଶନ ପଢ଼ିବା ଦରକାର। କାରଣ କ୍ୟାପଶନରେ ହିଁ ଲେଖାଥିଲା ରୋବଟ୍‌ କୁମ୍ଭୀର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆମେ କେଡ଼େ ବୋକା!

Share