ଦିଲ୍ଲୀରେ ପ୍ଲାଟଫର୍ମ ଓ ମେଟ୍ରୋ ଭିତରେ ଚାପି ହୋଇଗଲେ ଯୁବକ, ଭିଡିଓ ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୩୦।୧୧: ମେଟ୍ରୋ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଚାପି ହୋଇ ଯାଇଛନ୍ତି ଯୁବକ। ଯେତେ ଚିତ୍କାର କଲେ ବି ବାହାରକୁ ଆସିପାରୁ ନାହାନ୍ତି। ଏପରି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣଙ୍କ ଲୋମକୁପ ଠିଆ ହୋଇଯାଇପାରେ। ଏହି ଭିଡିଓରେ ଜଣେ ଯୁବକ ଟ୍ରେନ ଓ ଟ୍ରେକ ମଧ୍ୟରେ ଫସି ରହିଥିବା ନଜର ଆସିଛନ୍ତି। ଆଖପାଖରେ ଥିବା କର୍ମଚାରୀ ତାଙ୍କୁ ସେଠାରୁ ବାହାର କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ଘଟଣା ଏପରି କି, ଯାତ୍ରୀ ଜଣକ ପ୍ଲାଟଫର୍ମରୁ ଓହ୍ଲାଇ ରେଳ ଲାଇନ ଦେଇ ଆରପାଖ ପ୍ଲାଟଫର୍ମକୁ ପାସ୍‌ କରୁଥିଲେ। ଏହି ସମୟରେ ମେଟ୍ରୋ ଟେନ୍‌ ଖୁବ୍‌ ଦ୍ରୁତ ଗତିରେ ତାଙ୍କ ଆଡକୁ ମାଡି ଆସିଥିଲା। କିଛି ଉପାୟ ନ ପାଇ ସେ ପ୍ଲାଟଫର୍ମକୁ ଉଠିଯିବାକୁ ଉଦ୍ୟମ କରୁଥିବାବେଳେ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଫସି ଯାଇଥିଲେ।
ଟ୍ରେନ ଅପରେଟର ତତ୍କାଳ ଜରୁରୀକାଳୀନ ବ୍ରେକ ଲଗାଇ ଟ୍ରେନକୁ ରୋକି ଦେଇଥିଲେ। ଏହାପରେ ଯାତ୍ରୀଙ୍କୁ ସେଠାରୁ ବାହାର କରିବା ପାଇଁ କାଳବିଳମ୍ବ ନ କରି ଦମସ୍ତେ ଲାଗି ପଡିଥିଲେ। ତେବେ ଏଥିରେ ସଫଳ ମଧ୍ୟ ହୋଇଥିଲେ। ଯାତ୍ରୀଙ୍କୁ ସେଠାରୁ ବାହାର କରାଯାଇ ଚିିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଟ୍ରମା ସେଣ୍ଟରକୁ ପଠାଯାଇଛି।
ଘଟଣା ସମ୍ପର୍କରେ ଦିଲ୍ଲୀ ରେଳ କର୍ପୋରେଶନ କହିଛନ୍ତି, ନଭେମ୍ବରରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି। ଅସାବଧାନତା ଓ ଦାୟିତ୍ୱହୀନତା ଯୋଗୁ ଏପରି ଘଟଣା ଘଟୁଛି।

Share