ଖରାପ ପୁରୁଣା କାରକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଲୋକମାନେ ତାହାର ମରାମତି କରିଥାନ୍ତି। ନୂଆ ପାର୍ଟ ଲଗାଇବାଠାରୁ ଆରମ୍ଭ କରି ସେଥିରେ ରଙ୍ଗ ଦେବାରେ ଟଙ୍କା ଖର୍ଚ୍ଚ କରିଥାନ୍ତି। ମାତ୍ର ଅଷ୍ଟ୍ରେଲିଆର ୨ ବନ୍ଧୁ ମଧ୍ୟ ଏମିତି କିଛି କରି ଦେଖାଇଛନ୍ତି। ଉଭୟ ସେମାନଙ୍କର ପୁରୁଣା ଗାଡିରେ ଟଙ୍କା ଖର୍ଚ୍ଚ କରିଥିଲେ। ମାତ୍ର ଏହାର ମରାମତି ପାଇଁ ନୁହେଁ ବରଂ ସେ କାର ସହ କିଛି ଭିନ୍ନ କରି ଦେଖାଇଥିଲେ, ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।
ମାଇକେଲ ବ୍ରୁଖୁଏସ୍ ଏବଂ ମାର୍ଟି ସୋକୋଲିନସ୍କି ନିଜର ଅଦରକାରୀ ହୋଲଡେନ୍ ଆଷ୍ଟ୍ରା କାରର ମୂଲ୍ୟ ବଢ଼ାଇବା ପାଇଁ ତା’ ଉପରେ ୪୦ ହଜାର ମୁଦ୍ରା ଲଗାଇଲେ। ପରେ ସେମାନେ କାରକୁ ଭିଡିଓ ସୋସିଆଲ ମିଡିଆରେ ଶେୟାର କଲେ। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ଲୋକ ଦେଖିସାରିଛନ୍ତି। ଉଭୟ ବନ୍ଧୁ କାରରେ କିପରି ମୁଦ୍ରା ଲଗାଇ ମସ୍ତି କରୁଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳୁଛି।
କାରରେ ମୁଦ୍ରା ଲଗାଇବା ପରେ ଏହାର ମୂଲ୍ୟ ୫ଶହ ଡଲାରରୁ ୩ ହଜାର ଡଲାରକୁ ବୃଦ୍ଧି ପାଇଛି। ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି।