Categories: ଜାତୀୟ

ଦଳର ଭାବମୂର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବ ନାହିଁ…

ହାଇଦ୍ରାବାଦ୍‌, ୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଟିର ଆଭ୍ୟନ୍ତରୀଣ ମାମଲାକୁ ଜନସାଧାରଣଙ୍କ ନିକଟକୁ ନ ନେବାକୁ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଯଦି ଦଳର କୌଣସି ନେତାଙ୍କର କିଛିି ଅସୁବିଧା କିମ୍ବା ଅଭିଯୋଗ ଥାଏ, ତେବେ ସେମାନେ ଏହାକୁ ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପଞ୍ଜିକରଣ କରିବା ଉଚିତ। ରାହୁଲ କହିଛନ୍ତି ଯେ ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି ତେବେ ଆପଣ ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ସ୍ବର ଉତ୍ତୋଳନ କରିବେ। କିନ୍ତୁ ଯଦି କେହି ଗଣମାଧ୍ୟମକୁ ଆସି ତାଙ୍କ ଅଭିଯୋଗ ପଞ୍ଜିକରଣ କରନ୍ତି, ତେବେ ଏହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ ଏବଂ ଏହାକୁ ସହ୍ୟ କରାଯିବ ନାହିଁ ।

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସଂଗଠନର ନେତୃତ୍ୱକୁ ନେଇ ଦଳ ଦୁଇ ଭାଗ ହୋଇଛି। ଗୋଟିଏ ଭାଗ ଦଳର ନେତୃତ୍ୱ ସହିତ ଛିଡା ହୋଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସମର୍ଇନ କରୁ ଥିବାବେଳେ ଅନ୍ୟ ଗୋଷ୍ଠୀ ଚାହୁଁଛନ୍ତି ଯେ କଂଗ୍ରେସ ଗାନ୍ଧୀ ପରିବାରରୁ ମୁକ୍ତ ହେବା ଉଚିତ ଏବଂ ଦଳର ନେତୃତ୍ୱ ବର୍ତ୍ତମାନ ଜଣେ କର୍ମୀଙ୍କ ହାତରେ ଯିବା ଜରୂରୀ।
ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଏକ ପରିବାର ଏବଂ ପରିବାରରେ ଭିନ୍ନ ମତ ରହିଛି।

ଆମ ପାଖରେ ଆରଏସଏସ ନାହିଁ ଯେପରି ଜଣେ ବ୍ୟକ୍ତି ସବୁକିଛି ସ୍ଥିର କରନ୍ତି। ଆମେ ସମସ୍ତଙ୍କ ସ୍ବର ଶୁଣିବାକୁ ଚାହୁଁ କିନ୍ତୁ ଗଣମାଧ୍ୟମରେ ନୁହେଁ। ପାରିବାରିକ କଥାବାର୍ତ୍ତା ପରି ବନ୍ଦ କୋଠରୀରେ ଅଭିଯୋଗର ବିଚାର କରାଯାଇପାରେ। ସେଥିପାଇଁ ଆମର ଏକ ଆଭ୍ୟନ୍ତରୀଣ ବ୍ୟବସ୍ଥା ଅଛି। ଆପଣଙ୍କର ଯାହା ବି ଅଭିଯୋଗ ଅଛି, ଆପଣ ସେଠାରେ କୁହନ୍ତି, କିନ୍ତୁ ଯଦି କେହି ଗଣମାଧ୍ୟମରେ କଥା ହୁଅନ୍ତି, ତେବେ ସେ ଦଳର ଭାବମୂର୍ତ୍ତିକୁ ନଷ୍ଟ କରନ୍ତି ଏବଂ ଆମେ ଏହାକୁ ସହ୍ୟ କରିବୁ ନାହିଁ।

Share