କୁଚିଣ୍ଡା,୧୧ା୬(ଡି.ଏନ୍.ଏ): ଗତ ମେ ୨୬ତାରିଖରେ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ପୋଲିସ ଢେଙ୍ଗୁରଯୋର ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ରବିବାର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। କୁଚିଣ୍ଡାର ସମାଜସେବୀ ଅତୁଲ ଅଗ୍ରୱାଲ ଓ କୁଚିଣ୍ଡା ପୋଲିସର ମିଳିତ ସହଯୋଗରେ ଅନ୍ତିମ ସତ୍କାର କରାଯାଇଛି। ମୃତକଙ୍କ ବୟସ ପ୍ରାୟ ୪୫ ରୁ ୫୦ବର୍ଷ ହେବ ବୋଲି କୁଚିଣ୍ଡା ପୋଲିସ କହିଛି।