Advertisement

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ଡେଟା ଗୋପନୀୟତା ଦିବସ ହେଉଛି ଏକ ଅନ୍ତର୍ଜାତୀୟ ଦିବସ। ଏହା ପ୍ରତିବର୍ଷ ୨୮ ଜାନୁଆରୀରେ ପାଳିତ ହୋଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଗୋପନୀୟତା ତଥା ତଥ୍ୟ ସୁରକ୍ଷା ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା। ଏହା ଆମେରିକା, କାନାଡା, କାତାର, ନାଇଜେରିଆ, ଇସ୍ରାଏଲ ସମେତ ୪୭ଟି ୟୁରୋପୀୟ ଦେଶରେ ପାଳନ କରାଯାଇଥାଏ।
ଦିବସ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥାଏ, ଯାହା ଟେକ୍ନୋଲୋଜି ଉପକରଣଗୁଡ଼ିକର ବିକାଶକୁ ଉତ୍ସାହିତ କରି ବ୍ୟକ୍ତିଗତ ଚିହ୍ନଟଯୋଗ୍ୟ ସୂଚନା ଉପରେ ବ୍ୟକ୍ତିଗତ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରିଥାଏ। ଗୋପନୀୟତା ନିୟମ ଏବଂ ନିୟମାବଳୀକୁ ପାଳନ କରିବାକୁ ଏହି ଦିବସ ଉତ୍ସାହିତ କରିଥାଏ। ଏହି ଅନ୍ତର୍ଜାତୀୟ ଦିବସ ସରକାର, ଶିଳ୍ପ, ଏକାଡେମୀ, ଅଣ-ଲାଭକାରୀ ସଂସ୍ଥା, ଗୋପନୀୟତା ବୃତ୍ତିଗତ ତଥା ଶିକ୍ଷାବିତ୍‌ଙ୍କ ମଧ୍ୟରେ ସହଯୋଗ ପାଇଁ ସୁଯୋଗ ପ୍ରଦାନ କରିଥାଏ।
ତଥ୍ୟର ସ୍ବୟଂଚାଳିତ ପ୍ରକ୍ରିୟାକରଣ ସମ୍ବନ୍ଧରେ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ସମ୍ମିଳନୀ ୨୮ ଜାନୁଆରୀ ୧୯୮୧ରେ ୟୁରୋପର ପରିଷଦ ଦ୍ବାରା ସ୍ବାକ୍ଷରିତ ହୋଇଥିଲା। ୟୁରୋପୀୟ ପରିଷଦ ଦ୍ବାରା ପ୍ରଥମେ ୨୦୦୭ରେ ଡେଟା ସୁରକ୍ଷା ଦିବ ଦିବସ ଭାବରେ ଏହା ପାଳିତ ହୋଇଥିଲା। ଦୁଇ ବର୍ଷ ପରେ, ୨୬ ଜାନୁୟାରୀ ୨୦୦୯ରେ, ଆମେରିକା ହାଉସ ଅଫ କମନ୍ସ ଏହି ଦିବସ ଜାନୁଆରୀ ୨୮ରେ ପାଳନ କରାଯିବା ଲାଗି ଘୋଷଣା କରିଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share