Categories: ବାଣିଜ୍ୟ

ମହଙ୍ଗା ହେବ ବ୍ୟକ୍ତିଗତ ଋଣ: ଏନ୍‌ବିଏଫ୍‌ସି ପାଇଁ ଆର୍‌ବିଆଇର ନୂଆ ନିୟମ

ମୁମ୍ବାାଇ,୧୬ା୧୧: ଦେଶରେ ଅନ୍‌ସିକ୍ୟୁରଡ୍‌ ଲୋନ୍‌ (ବିନା ସମ୍ପତ୍ତି ବନ୍ଧକରେ ନିଆଯାଉଥିବା ଋଣ) ପରିମାଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗତବର୍ଷ ବ୍ୟାଙ୍କଗୁଡ଼ିକର ଋଣ ପରିମାଣ ୧୫ ପ୍ରତିଶତ ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ ଆର୍ଥତ୍କ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକ ପାଇଁ କ୍ରେଡିଟ୍‌ କାର୍ଡ ଆଦି ଜରିଆରେ ଦିଆଯାଉଥିବା ଋଣର ରିସ୍କରେ ୨୫ ପ୍ରତିଶତ ବଢ଼ାଇ ୧୫୦ ପ୍ରତିଶତ ରଖିଛନ୍ତି। ଫଳରେ ଆଗାମୀ ଦିନରେ ବ୍ୟକ୍ତିଗତ ଋଣ ମହଙ୍ଗା ହେବାକୁ ଯାଉଛି।

ଏଥିସହ କଞ୍ଜୁମର ଲୋନ୍‌ ପ୍ରଦାନ ପାଇଁ ରିସ୍କ ଓ୍ବେଟେଜ୍‌ ମଧ୍ୟ ଅଧିକ ରହିବ। ତେବେ ଗୃହ ଋଣ, ଶିକ୍ଷା ଋଣ, ଗାଡ଼ି ଋଣ, ସୁନା ଋଣ ଭଳି ସୁରକ୍ଷିତ ଋଣକୁ ଏଥିରୁ ମୁକ୍ତ ରଖାଯାଇଛି। ଏହି ନିୟମ ତତ୍କାଳ ଲାଗୁ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ପ୍ରକାଶ ଯେ, ଗତ ସେପ୍ଟେମ୍ବର ସୁଦ୍ଧା ଦେଶର ବ୍ୟାଙ୍କଗୁଡ଼ିକ ପକ୍ଷରୁ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଦିଆଯାଉଥିବା ଋଣର ପରିମାଣ ୨.୧୭ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୨୯.୯ ପ୍ରତିଶତ ଅଧିକ।

 

Share