ବ୍ୟକ୍ତିତ୍ୱ ରଙ୍ଗବତୀର ଗାୟିକା

ଲୋକଗୀତର ସ୍ବରକୁ ନେଇ ସେ ପ୍ରାୟ ୫୦ ବର୍ଷଧରି ନିଜର ସାଧନା ଜାରି ରଖିଛନ୍ତି। ସଂଗୀତକୁ ନେଇ ତାଙ୍କର ସ୍ବପ୍ନ, ତାଙ୍କର ଜୀବନ। ସେଥିପାଇଁ ସେ ପାଇଛନ୍ତି ଅନେକ ସମ୍ମାନ। ସେ ହେଲେ ଡ. କ୍ରିଷ୍ଣା ପଟେଲ।
ପ୍ରାୟ ୪ଦଶନ୍ଧି ତଳେ, ପଶ୍ଚିମଓଡ଼ିଶାର ଏକ ଲୋକଗୀତକୁ ଗାଇ ଦେଶବିଦେଶରେ ଖୁବ୍‌ ପରିଚିତ ହୋଇପାରିଥିଲେ ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ। ଏହି ଗୀତ କେବଳ ଏକ ଗୀତ ନ ଥିଲା, ଏକ ଟ୍ରେଣ୍ଡ ପାଲଟି ଯାଇଥିଲା। ଓଡ଼ିଶାରେ ଏମିତି କୌଣସି ବାହାଘର ହୁଏତ ନ ଥିବ ଯେଉଁଥିରେ କି ଏମିତି ବାଜି ନ ଥିବ। ଗୀତଟି ଥିଲା ରଙ୍ଗବତୀ ରଙ୍ଗବତୀ କନକଲତା…। ଏହି ଗୀତର ଗାୟିକା ଡ. କ୍ରିଷ୍ଣା ପଟେଲଙ୍କ ଜନ୍ମ ୨୮ା୧୧ା୧୯୫୭ ମସିହାରେ। ପିତା ଜନ୍ମେଜୟ ପଟେଲ, ମା’ ସେହ୍ନଲତା ପଟେଲ। ଘର ସମ୍ବଲପୁର ଜିଲାର କୁଚିଣ୍ଡାରେ। ସେ କୁହନ୍ତି, ପରିବାରରେ ଆମେ ବାପ ମା’ଙ୍କର ଥିଲୁ ସାତ ଝିଅପୁଅ। ବାପା ଜଣେ ପୋଲିସ ଅଫିସର, ମା’ ଥିଲେ ସୁଗୃହିଣୀ ଏବଂ ସେ ସଙ୍ଗୀତରେ ରୁଚିରଖିଥିଲେ। ମୋର ପିଲାଟି ଦିନରୁ ଗୀତ ଗାଇବା ଶୁଣି ସେ ମତେ ଆଗକୁ ବଢିବାରେ ପ୍ରେରଣା ଦେଇଥିଲା। ଏମିତିରେ ପ୍ରାୟ ସାତବର୍ଷ ବେଳୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶିକ୍ଷାଲାଭ କରିଥିଲି। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାସାରି କୁଚିଣ୍ଡା ବାଳିକା ଉଚ୍ଚବିଦ୍ୟାଳୟରେ ୧୦ମ ଏବଂ ବରଗଡ଼ ପଞ୍ଚାୟତ କଲେଜରେ ପଢିଲି। ବିଏ ପାସ୍‌ କରି ତା’ପରେ କ୍ଲାସିକ ସଙ୍ଗୀତ ଶିକ୍ଷାରେ ବିଶାରଦ, ଆଧୁନିକ ଏବଂ ଶାସ୍ତ୍ରୀୟ ମଧ୍ୟ ହାସଲ କରିଛିି। ମୋର ଗୁରୁ ଫକୀର ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ, ଶାସ୍ତ୍ରୀୟରେ ପ୍ରଦୀପ ପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ପ୍ରଫୁଲ ମିତ୍ର, ପ୍ରମୋଦ ମିଶ୍ର, ରତନ ପୂଜାରୀ ଏବଂ ସମ୍ବଲପୁର କଳାପରିଷଦରେ ଗୁରୁ ରଣଜିତ୍‌ ଦାଶ, କୃପାସିନ୍ଧୁ ଗୁରୁ ଓ ଅରୁଣ ସେଠ୍‌ ପ୍ରମୁଖଙ୍କଠାରୁ ସଂଗୀତ ଶିକ୍ଷା ଲାଭ କରିଲି। ଗୁରୁ ପ୍ରମୋଦ ମିଶ୍ରଙ୍କ ରଚିତ କଳାବତୀ ଗୀତକୁ ନେଇ ସ୍ବର ଦେଇଛି। ଆଧୁନିକ, କ୍ଲାସିକ ଓ ଭଜନ ବି ଗାଏ। ସଂଗୀତରେ କଣ୍ଠଦାନ କରିବାରେ ନିଆରାଲାଗେ। ପ୍ରାୟ୧୯୭୭/୭୮ମସିହା ବେଳକୁ ରଙ୍ଗବତୀ ଗୀତକୁ ଆକାଶବାଣୀ ସମ୍ବଲପୁରକେନ୍ଦ୍ରରେ ଗାଇବାପାଇଁ ସୁଯୋଗ ମିଳିଲା। ଏଥିରେ ପ୍ରଦୀପ ସାର୍‌ ସ୍ବର ସଂଯୋଜନା କରିଥିଲେ । ୧୯୮୦ ମସିହା ବେଳକୁ ଦେଶବିଦେଶରେ ରଙ୍ଗବତୀ ଗୀତର ଲୋକପ୍ରିୟତା ହାସଲ କରିଥାଏ।ଏହି ଗୀତ ଏତେ ଶୀଘ୍ର ଚାରିଆଡ଼େ ପ୍ରସିଦ୍ଧି ଲାଭ କରିବ ବୋଲି ଭାବି ନ ଥିଲି। ଏହା ଭଗବାନଙ୍କ ଆଶୀର୍ବାଦ। ଅନ୍ୟପକ୍ଷେ- ରସର କେଲି, ଲରୀ ମଟର, ଆହେ କଳାକାହ୍ନୁ, ରସ ଜାମୁଡାଳିରେ ଆଦି ଶତାଧିକ ଗୀତକୁ ଗାଇଛି। ହଁ ବେଳେବେଳେ କିଛି ଗୀତ ବି ଲେଖେ ଏବଂ ଅସ୍ତରାଗ ଚଳଚ୍ଚିତ୍ରରେ ଗୀତ ପାଇଁ କଣ୍ଠଦାନ କରିଥିବାରୁ ଖୁସୀ ହୋଇଛି। ମୋର କିଛିସ୍ମୃତି କିଛି ଅନୁଭୂତି ରହିଛି- ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥରେ ମସ୍କୋ ଯାଇଥିଲୁ। ମାତ୍ର ଚା’ ପାନ କରିବାକୁ ସେଠାର ଏକ ହୋଟେଲରେ ପହଞ୍ଚୁ ପହଞ୍ଚୁ ଦେଖିଲୁ ରଙ୍ଗବତୀ ଗୀତର ତାଳେତାଳେ କେତେଜଣ ବିଦେଶୀଲୋକ ନାଚୁଥାନ୍ତି। ସେଠାରେ ଉପସ୍ଥିତଥିବା ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ ମତେ ଏହି ଗୀତର ଗାୟିକା ବୋଲି ଅନ୍ୟଅତିଥିମାନଙ୍କ ସହିତ ମୋର ପରିଚୟ କରାଇଥିଲେ। ସେମାନେ ମୋର ପରିଚୟ ପାଇ ଖୁବ ଖୁସୀ ହୋଇଗଲେ। କିନ୍ତୁ ବିଦେଶରେ ଆମ ଆଞ୍ଚଳିକ ଗୀତର ପ୍ରସିଦ୍ଧି ଏବଂ ଲୋକପ୍ରିୟତା ଜାଣି ସେଦିନ ଆଶ୍ଚଯର୍‌ୟ ଲାଗିଥିଲା। କାରଣ ଏହି ରଙ୍ଗବତୀ ଗୀତକୁ ସେମାନେ ବୁଝିପାରୁଥିଲେ କି ନା ତାହା ଜାଣେନା, ମାତ୍ର ଏହି ଗୀତର ତାଳେତାଳେ ସେମାନେ ନାଚୁଥିଲେ। ମତେ ଖୁବ ଖୁସୀ ଲାଗିଥିଲା। ଯାହା ମୋ ଜୀବନରେ ସବୁବେଳେ ସ୍ମରଣୀୟ ହୋଇରହିବ। ମୁଁ ଜଣେ ସାଦାସିଧା ସରଳମଣିଷ, ସାଧାରଣ ଲୋକଙ୍କ ସହିତ ମିଶିବାକୁ ମତେ ଭଲଲାଗେ। ମୋର ରୁଚି ବି ପୂରା ଦେଶୀୟ ଶୈଳୀରେ ପ୍ରସ୍ତୁତ ଖାଦ୍ୟ। ଯାହା ଓଡ଼ିଆ ଘରର ଭାତ, ଡାଲମା, ଖଟା, ଶାଗ, ତରକାରି। କେବଳ ଗାଁ କି ଆମ ରାଜ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୁହେଁ ବରଂ ଦେଶର ଦିଲ୍ଲୀ, ରାଇପୁର, ରାୟଗଡ଼, ଆଣ୍ଡାମାନ ସେହିପରି ବିଦେଶରେ ଇଣ୍ଡୋନେସିଆ, ରୁଷିଆ ଆଦି ଅନେକ ଦେଶରେ ଗୀତଗାଇବା କାର୍ଯ୍ୟକ୍ରମରେ ଯାଇଛି। ଦେଶବିଦେଶରୁ ଅନେକ ସମ୍ମାନ ସହ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଜଣାଶୁଣା ଏ-ଗ୍ରେଡ୍‌ କଳାକାର ଓ ଲୋକଗୀତ କଣ୍ଠଶିଳ୍ପୀଭାବେ ସ୍ବୀକୃତି ମିଳିଛି। ୨୦୧୩ରେ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ୨୦୧୫ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ମିଳିଛି। ଦୂରଦର୍ଶନରୁ ଉତ୍କଳପ୍ରଜ୍ଞା, ଭାରତମସଲା ତରଫରୁ ସମ୍ମାନିତ ଓ ପୁରସ୍କୃତ ହୋଇଛି। ଏଥିପାଇଁ ଅନେକ ସାଧନା କରିବାକୁ ପଡ଼ିଥାଏ। ମୋର ଲକ୍ଷ୍ୟ କେବଳ ରଙ୍ଗବତୀରେ ସୀମିତ ରହିବାକୁ ଚାହେଁନା। ଆଉ କିଛି ନୂଆନୂଆ ଗୀତର ଲୋକପ୍ରିୟତା ପାଇଁ ପ୍ରୟାସ ରହିଛି। ପୁରୁଣା ସହିତ ନୂଆ ଗୀତର ପ୍ରଚାର ପ୍ରସାର ହେଉ। ସମ୍ବଲପୁରୀ ଗୀତର ଭବିଷ୍ୟତ ଆଲୋକ ଆଡ଼କୁ ଗତିକରୁ। ସାଧାରଣ ଲୋକଙ୍କ ହୃଦୟରେ ସର୍ବଦା ଏହି ଲୋକଗୀତର ସ୍ବର ପ୍ରତିଧ୍ୱନି ସୃଷ୍ଟିକରୁ ଏବଂ ଗୀତ ବଞ୍ଚିରହୁ। କାରଣ ଗୀତ ହେଉଛି ମୋର ଜୀବନ। ସଂଗୀତ କେବେ ବୁଢୀବୁଢା ହୁଏନା। ଏହା ଶୁଣିଲେ ମଣିଷକୁ ସବୁବେଳେ ଯବାନ ପରି ଲାଗେ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

Health Tips: ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଏହି ୯ ପ୍ରକାରର ଜୁସ୍‌, ପ୍ରତିଦିନ ପିଇଲେ ମିଳିବ ଲାଭ

ଉଚ୍ଚ ରକ୍ତଚାପ ଏକ ଗମ୍ଭୀର ସମସ୍ୟା ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ ୧.୨୮...

ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍‌

କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ...

ସ୍ବାସ୍ଥ୍ୟୋପକାରୀ କଳା ଚାଉଳ

କଳା ଧାନର ବୈଜ୍ଞାନିକ ନାମ ‘ଓରାଇଜା ସାଟାଇଭା ଏଲ୍‌’ ଅଟେ। ଏଥିରେ ଆନ୍ଥୋସାୟାନିନ, ଫେନୋଲିକ୍‌ ଏସିଡ୍‌ ଏବଂ ଅନ୍ୟାନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ସମୃଦ୍ଧ ଉପାଦାନ ରହିଛି।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଖାରୁଫୁଲ

କଖାରୁଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି...

ହାର୍ଟ ଆଟାକ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ହାର୍ଟ ଆଟାକ୍‌ ବା ହୃଦରୋଗର ଆଶଙ୍କା ବୃଦ୍ଧି ପାଇଛି। ହାର୍ଟ ଆଟାକ୍‌  ଯାହାକୁ କାର୍ଡିଆକ ଆରେଷ୍ଟ ମଧ୍ୟ...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image