Categories: ଜାତୀୟ

ଛତିଶଗଡ଼ରେ ୫ ଯବାନ ସହିଦ

ରାୟପୁର,୩।୪: ଛତିଶଗଡ଼ରେ ଶନିବାର ଅପରାହ୍ନରେ ମାଓବାଦୀମାନଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ସିଲଗେର ଗ୍ରାମ ନିକଟ ଜୋନାଗୁଡା ଜଙ୍ଗଲରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଥିଲା। ଦୁଇ ମାଓବାଦୀଙ୍କ ମୃତଦେହ ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଆହତ କର୍ମଚାରୀଙ୍କୁ ଘଟଣାସ୍ଥଳରୁ ବାହାର କରିବା ପାଇଁ ଏୟାରଫୋର୍ସ ହେଲିକପ୍ଟର ଏବଂ ୯ଟି ଆମ୍ବୁଲାନ୍ସ ପଠାଯାଇଛି। ଆଇଜି ବଷ୍ଟର ସୁନ୍ଦରରାଜ ପି ମଧ୍ୟ ବିଜାପୁରରେ ପହଞ୍ଚିଛନ୍ତି।

Share