ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୪ ମୃତ

ଲିମା,୨୯।୧:ପେରୁରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଏକ ପାହାଡ଼ିଆ ରାସ୍ତାରୁ ଖସିପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପେରୁ ଉତ୍ତର ଭାଗରେ ଥିବା ଏଲ୍‌ ଅଲ୍‌ଟୋ ଜିଲାରେ ଏହି ଦୁର୍ଘଟଣା ଘଟିଛି। ପେରୁର ବିପଦପୂର୍ଣ୍ଣ ରାସ୍ତାରେ ଡ୍ରାଇଭରମାନେ ଉପଯୁକ୍ତ ତାଲିମ ନ ନେଇ ଗାଡ଼ି ଚଳାଉଥିବାରୁ ସଡ଼କ ଦୁର୍ଘଟଣା ସେଠାରେ ସାଧାରଣ ଘଟଣା। ୨୦୨୧ରେ ଆଣ୍ଡେସ୍‌ ପର୍ବତାଞ୍ଚଳର ଏକ ହାଇଓ୍ବେରୁ ବସ୍‌ ଖସିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Share