କରୋନା ଭ୍ୟାକ୍ସିନ ଘୋଟାଲା ମାମଲାରେ ଇସ୍ତଫା ଦେଲେ ପେରୁ ବୈଦେଶିକ ମନ୍ତ୍ରୀ

ଲିମା,୧୫ ।୨: ପେରୁର ବୈଦେଶିକ ମନ୍ତ୍ରୀ ଏଲିଜାବେଥ ଏଷ୍ଟେଟ କରୋନା ଭ୍ୟାକ୍ସିନ ଘୋଟାଲା ସ୍ୱୀକାର କରିବା ପରେ ଇସ୍ତଫା ଦେଇଛନ୍ତି । ସେ କରୋନା ଭ୍ୟାକ୍ସିନ ସିନୋପାର୍ମ(ଚାଇନା)ର ଗୋଟିଏ ଡୋଜ୍ ନେଇଥିବା ସ୍ୱୀକାର କରିଛନ୍ତି । ତେବେ ରାଷ୍ଟ୍ରୀୟ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସେ ଗୋଟିଏ ଡୋଜ ନେଇଥିବା ବେଆଇନ । ତେବେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଟିକା ନେଇଥିବାରୁ ସେ ବି ଇସ୍ତଫା ଦେଇଥିବା କୁହାଯାଉଛି । ଏହାସହ ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ ମଧ୍ୟ କରି ଦେଇଛନ୍ତି ।

Share