ପାକିସ୍ତାନ କୋଇଲା ଖଣିରେ ସଂଘର୍ଷ, ୧୬ ମୃତ

କେଶାଓ୍ବର,୧୬।୫: ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା କୋଇଲା ଖଣିର ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୋମବାର ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ସେ କହିଛନ୍ତି ଯେ ଏହି ଘଟଣା ପେଶାୱରଠାରୁ ୩୫ କିଲୋମିଟର ଦୂରରେ ଥିବା କୋହତ ଜିଲ୍ଲାର ଡେରା ଆଦାମ ଖେକ ଅଞ୍ଚଳରେ ଘଟିଛି।

ଡେରା ଆଦମ ଖେକ ଅଞ୍ଚଳରେ ଖଣିର ସୀମାକୁ ନେଇ ସାନିଖେଲ ଏବଂ ଜାର୍ଗୁନ ଖେଲ ଜନଜାତିଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଛି, ଯେଉଁଠାରେ ଆହତମାନଙ୍କୁ ଚିକିତ୍ସା କରାଯିବ ଏବଂ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରାଯିବ। ତେବେ ପୋଲିସ କହିଛି ଯେ ଆହତଙ୍କ ପ୍ରକୃତ ସଂଖ୍ୟା ତୁରନ୍ତ ଜଣା ପଡି ନାହିଁ, କିନ୍ତୁ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ଅନେକ ଲୋକ ଆହତ ହୋଇଛନ୍ତି।

Share