ଟିକ୍‌ଟକ୍‌ରେ ଭାଇରାଲ ହେବା ପରେ ଜବତ ହେଲା ସିଂହ

ଫନୋମ ପେନ (କମ୍ବୋଡିଆ),୨୭।୬: ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବା ପରେ ଚାଇନିଜ ବ୍ୟକ୍ତିଙ୍କ ଠାରୁ ରବିବାର ଏକ ପୋଷା ସିଂହ ଜବତ କରିଛନ୍ତି କମ୍ବୋଡିଆ ଅଧିକାରୀ। ୧୮ ମାସର ପୁରୁଷ ସିଂହର ଓଜନ ୭୦ କିଲୋ। ଏହି ସିଂହକୁ ବିଦେଶରୁ ଆଣି ଉକ୍ତ ଚାଇନିଜ ବ୍ୟକ୍ତି ଘରେ ପୋଷୁଥିବା ପରିବେଶ ମନ୍ତ୍ରଣାଳୟ ପ୍ରବକ୍ତା ନେଥ ଫେକତ୍ରା କହିଛନ୍ତି।

ଟିକ୍‌ଟକ୍‌ ଭିଡିଓରେ ସିଂହକୁ ଦେଖିବା ପରେ କମ୍ବୋଡିଆ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ସିଂହର ମାଲିକ ଉକ୍ତ ଆପରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସିଂହ ପାଖରେ ଏକ କୁକୁର ଖେଳୁଥିବା ଦେଖିବାକୁ ମିଳିଥିଲା। ବିରଳ ବନ୍ୟଜନ୍ତୁଙ୍କୁ ପୋଷା କରି ରଖିବାର ଅଧିକାର କାହାରି ନାହିଁ ବୋଲି ଫେକତ୍ରା କହିଛନ୍ତି।

Share