Categories: ଜାତୀୟ

ଅଗ୍ନିପଥ ଯୋଜନା ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୮ା୨: ସଶସ୍ତ୍ର ବଳରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହି ଯୋଜନାରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ କହିଛନ୍ତି। ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏବଂ ସଶସ୍ତ୍ର ବଳକୁ ଅଧିକ ସୁଦୃଢ଼ କରିବା ପାଇଁ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ଖଣ୍ଡପୀଠ ଦର୍ଶାଇଛନ୍ତି। ଗତବର୍ଷ ଡିସେମ୍ବର ୧୫ରେ ହାଇକୋର୍ଟ ପିଟିଶନଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ସମେତ କେରଳ, ପଞ୍ଜାବ ଓ ହରିୟାଣା, ପାଟନା, ଉତ୍ତରାଖଣ୍ଡ ହାଇକୋର୍ଟରେ ଅଗ୍ନିପଥ ଯୋଜନା ବିରୋଧରେ ପିଟିଶନ ଦାଏର ହୋଇଥିଲା। ସେଗୁଡିକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା କିମ୍ବା ରାୟ ପ୍ରକାଶ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଗତ ଜୁଲାଇରେ ଅନ୍ୟ ହାଇକୋର୍ଟଗୁଡ଼ିକୁ କହିଥିଲେ।

Share