Categories: ଜାତୀୟ

ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିଶନ ଖାରଜ: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୪ : ଭାରତର ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଳ କରାଯାଇଥିବା ଦୁଇଟି ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅଗ୍ନିପଥର ଆଇନଗତ ବୈଧତାକୁ ସମର୍ଥନ କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କର ରାୟକୁ କାଏମ ରଖିଛନ୍ତି। ଏଥି ସହିତ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ସୁପ୍ରିମକୋର୍ଟ ଭାରତୀୟ ବାୟୁସେନାରେ ନିଯୁକ୍ତି ସହ ଜଡିତ ଆବେଦନ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ୧୭ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ପିଟିଶନର ଶୁଣାଣି କରାଯିବ।

ଗତ ଫେବୃଆରୀ ମାସରେ ଦିଲ୍ଲୀ ହାଇକୋର୍ଟ ଅଗ୍ନିପଥ ଯୋଜନାର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଥିଲେ। କୋର୍ଟ କହିଥିଲେ ନୀତିଗତ ନିଷ୍ପତ୍ତି ଯାହା ଦେଶର କଲ୍ୟାଣ ଏବଂ ପ୍ରତିରକ୍ଷା କ୍ଷେତ୍ର ଉପରେ ଅଧିକ ପ୍ରଭାବ ପକାଇଥାଏ, ସେହି ନିଷ୍ପତ୍ତିଗୁଡିକ କେବଳ ସେହି ସଂସ୍ଥାଗୁଡ଼ିକ ଦ୍ୱାରା ଗ୍ରହଣ କରାଯିବା ଉଚିତ ଯେଉଁମାନେ ସେସବୁର ବିଶେଷଜ୍ଞ। ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଡିଭିଜନ ବେଞ୍ଚ କହିଥିଲେ, ପୂର୍ବରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଯଦି ସମ୍ବିଧାନ ଏବଂ ଆଇନର କୌଣସି ଧାରାକୁ ଉଲ୍ଲଂଘନ କରି ନାହିଁ। ତେଣୁ, କୋର୍ଟ ଏପରି ନୀତିଗତ ନିଷ୍ପତ୍ତି ଉପରେ ପ୍ରଶ୍ନ କରିପାରିବେ ନାହିଁ।

Share