ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର

କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଖୋଲିବାକୁ ପିଟିସନ ଦାୟର ହୋଇଛି। ଏ ନେଇ ପୁରୀର ଜଣେ ଭକ୍ତ ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟରେ ଏକ ଜନସୱାର୍ଥ ମାମଲା ଦାୟର କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ ପିଟିସନରେ ଉଲ୍ଲେଖ କରାଯାଇଛି ।
ସେହିପରି କାକଟପୁର ମା’ ମଙ୍ଗଳା ପୀଠର ୧୫ ପୂଜାରୀଙ୍କ ପକ୍ଷରୁ ମଧ୍ୟ ମନ୍ଦିର ଖୋଲିବା ପାଇଁ ପିଟିସନ ଦାୟର ହୋଇଛି। ସାଧାରଣ ଦର୍ଶନ ପାଇଁ ମା’ ମଙ୍ଗଳାଙ୍କ ମନ୍ଦିରକୁ ଖୋଲିବାକୁ ନିବେଦନ କରାଯାଇଛି। ଏହାଛଡ଼ା କରୋନା ସଙ୍କଟ ବେଳେ ମନ୍ଦିର ବନ୍ଦ ରହିଥିବାରୁ ମନ୍ଦିର ଉପରେ ନିର୍ଭରକରି ଚଳୁଥିବା ପୂଜାରୀମାନେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ତେଣୁ ପୂଜାରୀମାନଙ୍କୁ ଆର୍ଥିକ ସହାୟତା ଦେବାକୁ ସେମାନେ ନିବେଦନ କରିଛନ୍ତି ।

Share