Categories: ଜାତୀୟ

‘ଆଦିପୁରୁଷ’ ବ୍ୟାନ ଉପରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୨୮।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ଆଦିପୁରୁଷ’ଉପରେ ଅଭିଯୋଗ ହୋଇଛି ଯେ, ହିନ୍ଦୁ ତଥା ଏହି ଚଳଚ୍ଚିତ୍ରରେ ଦେଖାହୋଇଥିବା ଦେବତାମାନଙ୍କ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି। ତେବେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି।

ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିବା ମମତା ରାନୀ କହିଛନ୍ତି ଯେ ସିନେମାଟୋଗ୍ରାଫ ଆକ୍ଟ ୧୯୫୨ର ଧାରା ୫ ବିରେ ଥିବା ନିୟମାବଳୀକୁ ଉଲ୍ଲଂଘନ କରୁଥିବାରୁ ସେନ୍ସର ବୋର୍ଡ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ରକୁ ବାତିଲ କରାଯାଉ। ଏହି ଆବେଦନରେ ଯୁକ୍ତି କରି କୁହାଯାଇଛି, ସମାଜର ପ୍ରତ୍ୟେକ ବ୍ୟକ୍ତି ପବିତ୍ର ଗ୍ରନ୍ଥ ଉପରେ ବିଶ୍ୱାସ କରନ୍ତି ଏବଂ ତାଙ୍କ ଭାବନା ଏଥିରେ ଜଡିତ ଥାଏ। ସଂସ୍କୃତି ଏବଂ ପରମ୍ପରା ବିନା ସେହି ବ୍ୟକ୍ତି ଗଛରୁ ଖସିଥିବା ଶୁଖିଲା ପତ୍ର ପରି ହୋଇଥାନ୍ତି।

Share