Categories: ଖେଳ

ଫଶିଲେ ବିରାଟ କୋହଲି, ଗିରଫ ପାଇଁ ହାଇକୋର୍ଟରେ ଆବେଦନ

ଚେନ୍ନାଇ,୨।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଅନଲାଇନ୍‌ ଜୁଆ ଖେଳକୁ ନେଇ ବଡ ବିବାଦରେ ଫଶିଯାଇଛନ୍ତି। ମାଡ୍ରାସ ହାଇକୋର୍ଟରେ ବିରାଟଙ୍କୁ ଗିରଫ ପାଇଁ ଏକ ପିଟିଶନ ଦାଖଲ କରାଯାଇଛି। ତାଙ୍କ ବିରୋଧରେ ଅନଲାଇନ୍‌ ଜୁଆ ଖେଳକୁ ପ୍ରମୋଶନ କରୁଥିବାର ଅଭିଯୋଗ ରହିଛି। ଚେନ୍ନାଇର ଜଣେ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଯୁବକମାନଙ୍କ ପାଇଁ ନିଶା ପାଲଟିଥିବା ଦର୍ଶାଇ ଅନଲାଇନ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି। ଏହି ଆବେଦନରେ ଆହୁରି କୁହାଯାଇଛି ଯେ ଅନଲାଇନ ଜୁଆ କମ୍ପାନୀଗୁଡିକୁ ପ୍ରମୋଟ କରୁଥିବା ବିରାଟ କୋହଲି ଏବଂ ତମନ୍ନା ଭାଟିଆଙ୍କ ଭଳି ତାରକାଙ୍କୁ ଗିରଫ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ଓକିଲଙ୍କ ଅନୁଯାୟୀ, ଜଣେ ଯୁବକ ଏପରି ଏକ ଆପରେ ଜୁଆ ଖେଳିବାକୁ ଟଙ୍କା ନେଇଥିଲେ, କିନ୍ତୁ ଟଙ୍କା ଦେଇ ନ ପାରି ସେ ଆତ୍ମହତ୍ୟା କରିଥିଲେ।

Share