ଦାରା ସିଂଙ୍କୁ ଆଜୀବନ ମୁକ୍ତି ପାଇଁ ଆବେଦନ : ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୮: ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ଜେଲ୍‌ରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ମାମଲାର ଅଭିଯୁକ୍ତ ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲ୍‌। ଏହାକୁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ କରି  ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ମାମଲାର ଶୁଣାଣି ହେବ।

ଗତ ୨୪ ବର୍ଷ ହେଲା ଦାରା ସିଂ ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି। ସେ ଆଜୀବନଠାରୁ ଅଧିକ ବର୍ଷ ଜେଲ୍‌ରେ ରହିଲେଣି। ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀଙ୍କୁ ମୁକ୍ତ କରିବା ନେଇ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

St. Annes Catholic Church » AN INSPIRING WOMAN WHO CHANGED THE WORLD OF REVENGE

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛନ୍ତି ତେଲଙ୍ଗାନା ବିଧାୟକ ତଥା ସିଂଙ୍କ ଭାଇ ଟି ରାଜା ସିଂ। ଆଜୀବନ ଦଣ୍ଡରୁ ମୁକ୍ତି ପାଇଁ ସେ ଚିଠି ଲେଖିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ୍‌ ହୃଷୀକେଶ ରାୟ ଓ ଜଷ୍ଟିସ ଏସ୍‌ ଭି ଏନ୍‌ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି। ପୂର୍ବରୁ ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ।

Neu Mercies - AN INSPIRING WOMAN WHO CHANGED THE WORLD OF... | Facebook

ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୨୧ରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଦାରା ସିଂ ଓ ତାଙ୍କ ସହଯୋଗୀମାନେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ଚଢ଼ା ଦରରେ ସାମଗ୍ରୀ ବିକୁଥିଲେ ହେବ କାର୍ଯ୍ୟାନୁଷ୍ଠାନ: ଜାରି ହେଲା ଟେଲିଫୋନ ନମ୍ବର

ଭୁବନେଶ୍ୱର,୨୩ା୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଜାରରେ ପ୍ରଚୁର ପରିମାଣର...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ବାତ୍ୟା ପ୍ରଭାବିତ ଜିଲା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର, ସହାୟତା ପାଇଁ କରନ୍ତୁ କଲ୍

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ବାତ୍ୟା ‘ଦାନା’ ପ୍ରଭାବ, ଏସବୁ ଜିଲାରେ ମଦ ଦୋକାନ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୨୩।୧୦: ବାତ୍ୟା ପ୍ରଭାବିତ ଜିଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri